ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ (ୟାଟସ୍‌) ନୂଆପଡାର ଅଙ୍କିତା ଅଘାରିଆଙ୍କ ସଫଳତା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାର ସଦର ବ୍ଲକ ସରକାରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟ କୋଟେଞ୍ଚୁଆଁର ଛାତ୍ରୀ ଅଙ୍କିତା ଅଘାରିଆ ରାଜ୍ୟ ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ୧୯ତମ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ଚୟନିତ ଶୀର୍ଷ ୩୦ ଜଣ ବିଜେତାଙ୍କ ମଧ୍ୟରେ ସେ ସ୍ଥାନ ହାସଲ କରିଛନ୍ତି । ଡିସେମ୍ବର ୧୩, ୨୦୨୫ ତାରିଖରେ ଆୟୋଜିତ ଏହି ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମରେ ଅଙ୍କିତାଙ୍କୁ ସାର୍ଟିଫିକେଟ ସହ କେକ୍ସେଲେଣ୍ଟ ପ୍ରଦାନ କରାଯାଇଛି । ଜ୍ୟୋତିର୍ବିଜ୍ଞାନ ପ୍ରତି ତାଙ୍କର ଆଗ୍ରହ, କଠୋର ପରିଶ୍ରମ ଏବଂ ନିରନ୍ତର ଅଧ୍ୟୟନ ତାଙ୍କୁ ଏହି ସଫଳତା ଦେଇଛି । ଅଙ୍କିତାଙ୍କ ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଦ୍ୟାଳୟ ପକ୍ଷରୁ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବାକୁ ଆଶୀର୍ବାଦ କରାଯାଇଛି । ଅଙ୍କିତା ଅଘାରିଆ ଆଜି ନୂଆପଡ଼ା ଜିଲ୍ଲାର ଝିଅମାନଙ୍କ ପାଇଁ ଏକ ପ୍ରେରଣା ସ୍ରୋତ ହୋଇଉଠିଛନ୍ତି ।

Leave A Reply

Your email address will not be published.