csstore

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବିଇଓଙ୍କ କାର୍ଯ୍ୟାଳୟ ଠାରେ ଆଜି ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ନାଥ ଶବର, ସମ୍ମାନୀୟ ଅତିଥି ଭାବେ ଏବିଇଓ ଅରୁଣ କୁମାର ଯୋଶୀ, ଏବିଇଓ ସୋମନାଥ ମଙ୍ଗରାଜ, ଭୁବନେଶ୍ୱର ଆଲମିକୋ ଅନିଲ ନାଏକ, ଭୁବନେଶ୍ୱର ଅଡିଓଲୋଜିଷ୍ଟ ଧରିତ୍ରୀ ଗଡତ୍ୟା, ବେଲପଡ଼ା ବିଆରଟି ରାମପ୍ରସାଦ ମହାଲିଙ୍ଗ ପ୍ରମୁଖ ଯୋଗଦେଇ ଉପକରଣ ବଣ୍ଟନ କରିଥିଲେ । ଏଥିରେ ଯୋଗାଣ ପାଇଁ ଚିହ୍ନଟିକରଣ ତଥା ଚିହ୍ନଟ ହୋଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଆରଟି ଲକ୍ଷ୍ମୀକାନ୍ତ ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ବିଆରଟି ସଦାଶିବ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଆଇଇଭି ଜୟନ୍ତୀଲାଲ ହଂସ, ବଳଦେବ ରଣା, ଗଜବନ୍ଦ ଛୁରା, ମଧୁସୂଦନ ସାହୁ, ବିଶମ୍ବର ବାରିକ, କର୍ମଚାରୀ ପ୍ରହ୍ଲାଦ ମାଝୀଙ୍କ ସହ ଅନ୍ୟମାନେ ସାମିଲ ହୋଇଥିଲେ । ଏଥିରେ ବହୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.