ରାମପୁର ବାଳିକା ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାସଭା

ଏସ.ରାମପୁର/ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ବାଳିକା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାସଭା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରଦୀପ୍ତ କିଶୋର ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଡାକ୍ତର ପତି ମୁଖ୍ୟ ଅତିଥି ଓ ନୋଡାଲ ଉଚ୍ଚ ବିଦ୍ୟାଳୟ ରାମପୁରର ପ୍ରଧାନଶିକ୍ଷକ ହୋସିୟା ଛତ୍ରିୟା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନିରୁପମା ପାଣିଗ୍ରାହୀ ବିଦ୍ୟାଳୟର ଉପଲବ୍ଧି ବିଷୟରେ ସଭାକୁ ଜଣାଇଥିବାବେଳେ ସରକାରଙ୍କ “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମକୁ ସଫଳ କରିବା ଓ ତାହାର ବିଭିନ୍ନ ଦିଗ ସମ୍ବନ୍ଧରେ କ୍ଲଷ୍ଟରରୁ ଆସିଥିବା ସମସ୍ତ ପ୍ରଧାନ ଶିକ୍ଷକ ଓ ଏସ ଏମ ସି ଚେୟାରମ୍ୟାନ, ନିର୍ବାଚିତ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ଆଶା ଦିଦି ଓ ଅଭିଭାବକମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସମସ୍ତ ପ୍ରଧାନଶିକ୍ଷକ ନିଜ ବିଦ୍ୟାଳୟ ଅନ୍ତର୍ଗତ ଥିବା ବିଦ୍ୟାଳୟକୁ ଆସୁନଥିବା ଛାତ୍ରମାନଙ୍କର ତଥ୍ୟ ପ୍ରଦାନ ଓ ତା’ର ନିଦାନ ସମ୍ପର୍କିତ ପଦକ୍ଷେପ ବିଷୟରେ ଜଣାଇଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅରୁଣା ମେହେର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଶିକ୍ଷୟିତ୍ରୀ ସଂଗୀତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ରାମପୁର ଗ୍ରାମବାସୀ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଭିଭାବକମାନଙ୍କ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରିଥିଲା ।

Leave A Reply

Your email address will not be published.