ରାଉରକେଲା, (ସସ୍ମିତା ପ୍ରଧାନ) : ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳର ଉପ ନିର୍ଦ୍ଦେଶିକା (ସମ୍ବଲପୁର) ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ପ୍ରଥମ ଦିବସରେ ରାଉରକେଲା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୀମା ଫାତିମା ଏକ୍କା ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶ ରାଉରକେଲା କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର, ରେଜିଷ୍ଟାର, ଫାଇଲ ପତ୍ର ଆଦି ଦେଖିଥିଲେ ଓ କାର୍ଯ୍ୟର ସମୀକ୍ଷା କରିଥିଲେ । ସେ ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକୁ ସମୟ ସୀମା ମଧ୍ୟରେ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ ବଣାଇ ସ୍ଥିତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ମଧ୍ୟ କାର୍ଯ୍ୟ ସମୀକ୍ଷା କରିଥିଲେ । ଶ୍ରୀମତୀ ଦାଶଙ୍କୁ ବଣାଇଁ ଓ ରାଉରକେଲା କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅବଗତ କରାଇ ଥିଲେ । ସେ ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ସେ ମହାନଗର ଗ୍ରନ୍ଥାଳୟରେ ପରିଚାଳିତ ସୂଚନା କେନ୍ଦ୍ର ତଥା ପାଠାଗାର ପରିଚାଳନା ଓ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ବଣାଇ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୁଷ୍ପାଜଂଳୀ ସାହୁ , କାର୍ଯ୍ୟାଳୟର କର୍ମଚାରୀ ବିନିତା କର, ବଦ୍ରିନାଥ ରାଉତ, ପ୍ରଦୀପ ମଲ୍ଲିକ,ସୀତା ପ୍ରଧାନ ଓ ଏଡୱିନ ତିର୍କୀ ଉପସ୍ଥିତ ଥିଲେ ।
Next Post