csstore

ଟଟୋପରା ଗ୍ରାମର ଚନ୍ଦ୍ରମଣି ସାହୁଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ଟଟୋପରା ଗ୍ରାମର ଚନ୍ଦ୍ରମଣି ସାହୁଙ୍କ ବୁଧବାର ୬୬ବର୍ଷ ବୟସରେ ଭୋର ସକାଳେ ପରଲୋକ ହୋଇଯାଇଛି । ସେ ଅଞ୍ଚଳର ଜଣେ ବେଶ ଜଣାଶୁଣା,ସରଳ ତଥା ମେଳାପୀ ବ୍ୟକ୍ତିତ୍ୱ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ପଙ୍କଜିନୀ ସାହୁ, ପୁଅ ଯୋଗେଶ୍ୱର ସାହୁ, ଝିଅ ସ୍ୱପ୍ନା ସାହୁ, ରିଙ୍କି ସାହୁ, ତିନି ଭାଇ ଯଦୁମଣି ସାହୁ, କୁଳମଣି ସାହୁ, ନୀଳମଣି ସାହୁ, କାକା ଧନିରାମ ସାହୁଙ୍କ ସମେତ ତିନି ଭାଇବୋହୂ, ତିନି ଭଉଣୀ, ଚାରି ଭାଇ, ପୁଅ, ଜ୍ୱାଇଁ, ଶଳା, ନାତିନାତୁଣୀ, କୁଟୁମ୍ବର ସମସ୍ତ ଭାଇ, ବୋହୂ,ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ, ପୁତ୍ରବୋହୂ ତଥା ପରିବାରର ସମସ୍ତ ଲୋକ ଏବଂ ସମ୍ପର୍କୀୟ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ତଥା ସମସ୍ତ ସମ୍ପର୍କୀୟ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ଏକଜୁଟ ହୋଇଥିଲେ । ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ସମ୍ପର୍କୀୟ ରମେଶ ଚନ୍ଦ୍ର ସାହୁ ଓ ଅକ୍ଷୟ କୁମାର ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jayashree
Leave A Reply

Your email address will not be published.