ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ମଙ୍ଗଳବାର ବିକାଶ ହସ୍ପିଟାଲ ତରଫରୁ ଓ ନୃସିଂହନାଥ ମନ୍ଦିର ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଦେବାଶିଷ ସିଂହା, ସାମାଜିକ କର୍ମୀ ବଡ ଶତପଥି, ତଥା ବରଗଡ ଅଂଚଳର ଜଣାଶୁଣା ଡାକ୍ତର ଅଜିତ କୁମାର ବାରିକ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ନେତୃତ୍ୱରେ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଣୟ ପାଣିଗ୍ରାହୀ, ନିୟୁରୋଲୋଜି ବିଶେଷଜ୍ଞ ଡ଼. ଭି ଶ୍ରୀଧର, ଚର୍ମ ରୋଗ ବିଶେଷଜ୍ଞ ଡ଼. ମନାଲି ଡେ଼କରାଯା, ଦାନ୍ତ ବିଶେଷଜ୍ଞ ଡା. ଶ୍ରଦ୍ଧାସୁମନ ପାଲ, ଛାତି ଓ ଫୁସଫୁସ ବିଶେଷଜ୍ଞ ଡା. ଯଶୋବନ୍ତ ଧନବଳ, ମେଡ଼ିସିନ ବିଶେଷଜ୍ଞ ଡା. ସୌରଭ ରଥି ଓ ପିଜିଓଥେରାପି ବିଶେଷଜ୍ଞ ଡା. ଏମଡି ଅକତରଙ୍କ ସହ ବରଗଡ ଲାୟନ୍ସ ହସ୍ପିଟାଲର ଡାକ୍ତର ଓ ଷ୍ଟାଫ ମିଳିମିଶି ୫୪୫ ଜଣ ବିଭିନ୍ନ ରୋଗୀଙ୍କୁ ପରୀକ୍ଷା କରି ମାଗଣା ଔଷଧ ବିତରଣ କରିଥିଲେ । କଳ୍ପନା ବରିହା, ଜ୍ୟୋତି କିସନ, ନମିତା କୁଶଳ, ମୌସୁମୀ କଲୋ, ସୁନିତା ଭୁଏ, ଛବିରାଣୀ ବାଗ, ସୁଦୀପା ମାନନା ପ୍ରମୁଖ ନର୍ସମାନେ ରକ୍ତ ପରୀକ୍ଷା, ବ୍ଲଡ଼ ପ୍ରେସର ପରୀକ୍ଷା, ଡାକ୍ତର ମାନଙ୍କୁ ସହଯୋଗ କରିଥିବା ବେଳେ ବରଗଡ଼ରୁ ଆସିଥିବା ଅନ୍ୟ ପୁରୁଷ ଷ୍ଟାଫ ଔଷଧ ବଣ୍ଟନ ପ୍ରମୁଖ କାମ ବହୁତ ସୁନ୍ଦର ଭାବରେ କରିଥିଲେ । ଆଖି ଅପରେସନ ପାଇଁ ୨୧ଜଣ ମହିଳା ଓ ପୁରୁଷଙ୍କୁ ବରଗଡ ପଠାଯାଇଥିଲା । ନୃସିଂହନାଥ ମନ୍ଦିର ସ୍ୱେଚ୍ଛାସେବୀ ତଥା କର୍ମଚାରୀ ଚିତ୍ତ ସରାପ, ଦେବେନ୍ଦ୍ର ସାହୁ, ଜେକି ସରାପ, ଦୁର୍ଯ୍ୟୋଧନ ତ୍ରିପାଠୀ, ସହଦେବ ପଧାନ, ବିଷ୍ଣୁ ପଶାୟତ, ଦିଲ୍ଲୀପ ପ୍ରଧାନ ପ୍ରମୁଖ ବିଭିନ୍ନ କାମରେ ସହଯୋଗ କରିଥିବା ବେଳେ ସୁବୋଧ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ । ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ସେମାନେ ଖୁସିରେ ଭଗବାନଙ୍କ ପ୍ରସାଦ ସେବନ କରିଥିଲେ ।
Prev Post
Next Post