ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପଡାରେ ମୃତ୍ୟବରଣ କରିଥିବା ବ୍ୟକ୍ତିମାନଙ୍କ ଆତ୍ମାର ଶାନ୍ତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିଜୁଳି ବିଭାଗ ଦ୍ୱାରା ଘନ ଘନ ଅଘୋଷିତ ବିଜୁଳି କାଟ ଦ୍ୱାରା ଜନ ସାଧାରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ସହରରେ ବୁଲା କୁକୁର ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ତେଣୁ ପୌର ପାଳିକା ଏହି ବୁଲା କୁକୁରଙ୍କ ବନ୍ଧ୍ୟା କରଣ କରାଯିବା ସହିତ ସେମାନଙ୍କୁ ସହର ବାହାରେ ରଖାଯିବା ପାଇଁ ପୌର ପାଳିକାର ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଥିଲା । ପଡାର ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ଶିକ୍ଷକ ନିମାଇଁ ଚରଣ ଦାଶଙ୍କୁ ୮୦ ବର୍ଷରୁ ଉଦ୍ଧ୍ୱର୍ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୱାର୍ଡର ୧୪ ଓ ୧୫ରେ ଡ୍ରେନ ମାନଙ୍କରେ ମଶା ତେଲ ଓ ମଶା ଧୂଆଁ ଯାଉ ନ ଥିବାରୁ ମଶା ବଂଶ ବୃଦ୍ଧି ପାଉଛି ଓ ଲୋକମାନେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ନିରାକରଣ ପାଇଁ ପୌର ପାଳିକା ଏଥିରେ ଶୀଘ୍ର ପଦକ୍ଷେପ ନେବାକୁ ସଭ୍ୟମାନେ ମତ ପ୍ରକାଶ କରିଥିଲେ । ଏହି ଆଲୋଚନାରେ ସଂଘର ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, କୋଷାଧ୍ୟକ୍ଷ ଦିବାକର ହୋତା, ଆକୁଳ ବେହେରା, ଗଣେଶ ବେହେରା, ଦେବଜ୍ୟୋତି ଯୋଷୀ, ପ୍ରଦୀପ କୁମାର ନେପାକ, ଅଶୋକ କୁମାର ଚାନ୍ଦ, ବିମଳ କୁମାର ଚକ୍ରବର୍ତ୍ତି, ଦୟାସାଗର ବଗର୍ତ୍ତି ଓ ଛବିଲାଲ ବେହେରା ପ୍ରମୁଖ ସଭ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଦୟାସାଗର ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Next Post