ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ ବୈଠକ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ସମାପ୍ତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ସ୍ୱାଗତ ଭାଷଣ ପରେ ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ ଗତ ବୈଠକର ବିବରଣୀ ପ୍ରଦାନ କରିଥିଲେ । ତାପରେ ସମସ୍ତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉପରେ ମତାମତ ରଖିବାକୁ ଏଜେଣ୍ଡା ଉପସ୍ଥାପନ କରିଥିଲେ । ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ତଥା ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଗଭୀର ଆଲୋଚନା ହୋଇଥିଲା । ସଂଗଠନ ସମ୍ପାଦକ ବିନୟ କୁମାର ମିଶ୍ରଙ୍କ ଦ୍ୱାରା ବୈଠକର ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ସଭ୍ୟ କୃଷ୍ଣଚନ୍ଦ୍ର ନାଥ, ପଦ୍ମଚରଣ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ମେହେର, ହରେକୃଷ୍ଣ ମେହେର, ଶିବ ନାରାୟଣ ରଥ, ବିପିନ ବିହାରୀ ପୁରୋହିତ, ନବୀନ କୁମାର ନନ୍ଦ, ବ୍ରଜ କିଶୋର ପଣ୍ଡା, ଗଣେଶ ଚନ୍ଦ୍ର ଷାଢୀ, ପ୍ରଦ୍ୟୁମ୍ନ ଗଡତିଆ, ଅଶୋକ କୁମାର ମିଶ୍ର, ମଥାମଣି ପଣ୍ଡା, ପ୍ରଦୀପ କୁମାର ଶତପଥି, ବିଜୟ କୁମାର ବାଗ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜ ମତାମତ ରଖିଥିଲେ । କେତେକ ବ୍ରାଞ୍ଚ କମିଟି ଗଠନ କରି ଆଗାମୀ ଦିନର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସଭ୍ୟମାନଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ପରିଶେଷରେ ଉପଦେଷ୍ଟା ଧନଞ୍ଜୟ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଲା ପରେ ସଭାପତି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.