ଇନ୍ଦ୍ରାବତୀରେ ନୂତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟଭାର ଗ୍ରହଣ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନୂତନ ନିର୍ମାଣ ଯନ୍ତ୍ରୀ ଭାବରେ ଇଞ୍ଜିନିୟର ଗୋବର୍ଦ୍ଧନ ନାଏକ କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି । ସୋମବାର ପୂର୍ବାହ୍ନରେ ଶ୍ରୀଯୁକ୍ତ ନାଏକ ପୂର୍ବଭାର ପ୍ରାପ୍ତ ପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନରେଶ କୁମାର ପାତ୍ରଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । ପରେ ଇଞ୍ଜିନିୟର ନରେଶ କୁମାର ପାତ୍ରଙ୍କ ସମେତ ଦକ୍ଷିଣ ଓ ବାମ କେନାଲର ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ଧର୍ମଗଡ ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ, ଜୁନାଗଡ଼ ଅଧିକ୍ଷଣ ଯନ୍ତ୍ରୀ ଚିନ୍ତାମଣି ଜାଲ, ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନ, ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସେକ୍ସନ ଅଫସର ସନ୍ଥ ନାଏକ, ସମସ୍ତ କନିଷ୍ଠ ଯନ୍ତ୍ରୀ, ବରିଷ୍ଠ ସହାୟକ ଚିତ୍ତ ରଞ୍ଜନ ଦଳପତିଙ୍କ ସମେତ ସମସ୍ତ କର୍ମଚାରୀ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଏକ ସାକ୍ଷାତକାରରେ ଶ୍ରୀଯୁକ୍ତ ନାଏକ କହିଲେ ଯେ, ଇନ୍ଦ୍ରାବତୀର ବାମ, ଡାହାଣ ଓ ଉଠା ଜଳ ସେଚନ ମାନଙ୍କୁ ସମୃଦ୍ଧ ରଖିବା ସହିତ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳ ସେଚନକୁ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଜଳ ସେଚନ ପାଇଁ ଉଦ୍ୟମ ଜାରି ରହିବ ।

Leave A Reply

Your email address will not be published.