ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ମଣ୍ଡଳ ସ୍ତରୀୟ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କର ସାଇପଲା ଡ୍ୟାମ ପରିସରରେ ମାଣ୍ଡୋସିଲ ମଣ୍ଡଳ ସଭାପତି ଯତୀନ ସାହୁଙ୍କ ସଭାପତିତ୍ୱରେ ଏକ ବନ୍ଧୁ ମିଳନ ଓ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଗାମୀ ସମୟରେ ସଂଗଠନ କିପରି ମଜଭୁତ ହୋଇ ପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଏହି ସଭାରେ ବିଭିନ୍ନ ପଂଚାୟତରୁ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ । ଛିନ୍ଦେଇକେଲା ପଂଚାୟତରୁ ନିରାକାର ରଣା, ମାଣ୍ଡୋସିଲ ପଂଚାୟତରୁ ସୁବାସ ଚନ୍ଦ୍ର ହଂସ, ଜାମସେଠ ପଂଚାୟତରୁ ବେଣୁଧର ବେହେରା ବରତୁଣ୍ଡା ପଂଚାୟତରୁ ଗୋବିନ୍ଦ ବନଛୋର, ଝାରବନ୍ଧ ପଂଚାୟତରୁ ଭୀମସେନ ବହିଦାର, କାଂସଡା ପଂଚାୟତରୁ ଆଲୋକ ସାହୁ, ଝିଟିକି ପଂଚାୟତରୁ ଦଶମୁ ଧରୁଆଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।