ବି. ଆର୍‌. ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ସଙ୍ଘ ପଦ୍ମପୁର ପକ୍ଷରୁ ସମ୍ବିଧାନ ପ୍ରଣେତା ଡ. ବି. ଆର୍‌. ଆମ୍ବେଦକରଙ୍କ ୬୯ତମ ମହାପ୍ରୟାଣ ଦିବସ ପଦ୍ମପୁର ନିକଟସ୍ଥ କୁମୁନିବାହାଲି ଛକ ଠାରେ ଭାରପ୍ରାପ୍ତ ସଭାପତି ଯଶପାଳ କୁମ୍ଭାରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂଘର ବରିଷ୍ଠ ଉପଦେଷ୍ଟା ବୈରାମ ସିଂ ବାଗ ତଥା ବହୁଜନ ସମାଜର ବରଗଡ଼ ଲୋକସଭା ପ୍ରଭାରୀ ଟଙ୍କଧର କଣ୍ଟା ଉପସ୍ଥିତ ଥାଇ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜୀବନୀ ଉପରେ ଆଲୋକପାତ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶେଷ କରି ସଂଘଠନ ଜରିଆରେ ସାମାଜିକ ସୁରକ୍ଷା,ଏକତ୍ରୀ କରଣ, ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଉପରେ ଆଲୋଚନା ହୋଇଥିଲା । ଏହି ସଭାକୁ ସମାଜର ସମ୍ପାଦକ ଜଗନ୍ନାଥ ଲୁହାର ପରିଚାଳନା କରିଥିବା ବେଳେ ଅଶ୍ୱିନୀ ହଂସ, ଦେବରାଜ କୁମ୍ଭାର, ଆଇନଜୀବୀ ସଂଜୀବ ବାଗ, ଧବଳେଶ୍ୱର ମହାନନ୍ଦ, ପ୍ରଶାନ୍ତ ହଂସ, ରଶ୍ମିରଂଜନ ସୁନାଙ୍କ ସମେତ ବହୁ ସଂଖ୍ୟାରେ ଆମ୍ବେଦକରପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.