ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁକ୍ରବାର ଦିନ ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା’ ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଲାଠୋର ଓ କଣ୍ଟାବାଞ୍ଜିରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କମିଟିର ସମ୍ପାଦକ କିର୍ତ୍ତୀଚନ୍ଦ୍ର ସେଠ୍, କୋଷାଧ୍ୟକ୍ଷ ଶେଖର ସେନ୍ ସେଠ୍, ମନ୍ଦିର କମିଟି ସମ୍ପାଦକ ଗଦାଧର ସେଠ୍, ପରିଚାଳନା କମିଟି ସଦସ୍ୟ ସୁଦାମ ସେଠ୍, ସଭ୍ୟ ସୁଶାନ୍ତ ସେଠ୍ ବୈଠକରେ ଯୋଗଦେଇ ସାମାଜିକ ଏକତା ଓ ଆଗାମୀ ଦିନରେ ହେବାକୁ ଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ ସାହାଯ୍ୟ ସହଯୋଗର କାମନା କରିଥିଲେ । ଲାଠୋର କମିଟିର ଭଗବାନ ସେଠ୍, କଣ୍ଟାବାଞ୍ଜି କମିଟିର ଯୋଗୀନ୍ଦ୍ର ସେଠ୍, ଚମାର ସେଠ୍, ଅଭିରାମ ସେଠ୍, ବବ୍ରୁବାହାନ ସେଠ୍,ସଚିନ ସେଠ୍, ତେଲେନପାଲିର ଲକ୍ଷ୍ମୀନାରାୟଣ ସେଠ୍, ଯୋଗୀମୁଣ୍ଡାର ଯୁଗିନ୍ଦ୍ର ସେଠ୍, ବେଲପଡାର ରବିନ ସେଠ୍, ପାଟରାଗଡର ଗୌତମ ସେଠ୍,
ବଂଶୀ ସେଠ୍ ଓ ବାନ୍ଧନଭାଡିର ପବିତ୍ର ସେଠ୍ ଜିଲ୍ଲା କମିଟି ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଓ ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ସମର୍ଥନ ଜଣାଇଥିଲେ । ଶେଷରେ ଜିଲ୍ଲା ସମ୍ପାଦକ କିର୍ତ୍ତୀ ଚନ୍ଦ୍ର ସେଠ୍ ଧନ୍ୟବାଦ ଜଣାଇଥିଲେ ।