ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ରଣାଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସରଣ୍ଡାପୋଷ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ରଣାଙ୍କୁ ଚାକିରୀରୁ ଅବସର ନେବାପରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ନମିତା ମହାପାତ୍ର, ସହାୟକ ବ୍ଲକ ଶିକ୍ଷା ଅଧିକାରୀ ତପସ୍ଵିନୀ ମହାନନ୍ଦିଆ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ରଣାଙ୍କ କର୍ମମୟ ଜୀବନ, ଶିକ୍ଷାଦାନ, ଛାତ୍ର ବତ୍ସଳତା ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଅନ୍ୟ ସହକର୍ମୀ ଗଣମାନେ ଶ୍ରୀମତୀ ରଣାଙ୍କ ସହ ବିତାଇଥିବା ମୁହୂର୍ତ୍ତ ଓ କାର୍ଯ୍ୟକ୍ରମ ବେଶ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ । ଏହି ଅବସରରେ ଅତିଥି ଓ ଅନ୍ୟ ମାନଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫାଇନାଲ ପେ‌ନସନ୍ କାଗଜ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀମତୀ ରଣା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିକ୍ରମ କୁମାର କୁଜୁର, ଅରବିନ୍ଦ ନାୟକ, ଗୌରୀ ଭଗତ, ଶ୍ରଦ୍ଧାଞ୍ଜଳି ନାଗ, ସୁଜାତା ସାହୁ, ରାଜୀବ ନାୟକ, ସରୋଜିନୀ ଦାଶ, ଅବଦୁଲ ବାସିକ ଓ ତାଙ୍କ ସ୍ୱାମୀ ଗଙ୍ଗାଧର ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.