ଛତ୍ରପୁର ଠାରେ ୬୩ତମ ଜାତୀୟ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୬୩ତମ ଜାତୀୟ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର୍ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ପତାକା ଉତ୍ତୋଳନ କରି ଗୃହରକ୍ଷୀ ବାହିନୀର ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଚଳିତବର୍ଷ କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ନିୟୋଜିତ ୨୫ ଜଣ କୃତ୍ତିତ୍ଵଧାରୀ ଗୃହରକ୍ଷୀଙ୍କୁ ଗଞ୍ଜାମ ଏସ୍‌ପି ଶ୍ରୀ ପାତ୍ର ମାନପତ୍ର ସହ ପୁରସ୍କୃତ କରିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସୀମା ସ୍ୱାଇଁ, ପ୍ରଶାନ୍ତ କୁମାର ଦାସ, ଚିନ୍ମୟ ନାୟକ, ହୋମ୍ ଗାର୍ଡ ଆସିଷ୍ଟାଣ୍ଟ- କମାଣ୍ଡଡେଣ୍ଟ କାଳୁ ଚରଣ ବେହେରା, ରିଜର୍ଭ ଇନିସପେକ୍ଟର ବିକାଶ ଚନ୍ଦ୍ର ସେନାପତି, ଏସ୍‌ଡିପିଓ ଚନ୍ଦନ ଘଡେ଼ଇ ପ୍ରମୁଖ ଗଞ୍ଜାମ ପୋଲିସ ଜିଲ୍ଲାର ବହୁ ଗଣ୍ୟମାନ୍ୟ ପଦାଧିକାରୀ ଯୋଗଦେଇ ଗୃହରକ୍ଷୀ ବାହିନୀଙ୍କୁ ସାଧୁବାଦ ଜଣାଇଛନ୍ତି । ପ୍ରକାଶ ଥାଉକି, ୧୯୬୨ ମସିହା ଡିସେମ୍ବର ୬ ତାରିଖରେ ଚୀନ ଭାରତ ଉପରେ ଆକ୍ରମଣ କରିବା ସମୟରେ ଗୃହରକ୍ଷୀ ସଂସ୍ଥାକୁ ସାରା ଦେଶରେ ମାନ୍ୟତା ମିଳିଥିଲା । ଏହି ସହାୟକ ସ୍ୱେଚ୍ଛାସେବୀ ଗୋଷ୍ଠୀଙ୍କୁ ଏକ ସଂସ୍ଥା ରୂପେ ଭାରତ ସରକାର ସାମିଲ କରିଥିଲେ । ଭାରତ ସରକାରଙ୍କ ଏହି ଗୃହରକ୍ଷୀ ବାହୀନି ପୋଲିସ ବାହିନୀକୁ ସଦାସର୍ବଦା ସହଯୋଗ ଓ ସାହାଯ୍ୟକାରୀ ଶୃଙ୍ଖଳିତ ସେବକ ଭାବେ ସେବାରେ ସହଯୋଗ ରକ୍ଷା କରିବା ଉଦ୍ଦେଶ୍ୟରେ ନିୟୋଜିତ କରିଆସୁଛନ୍ତି । ସେହି ଦିନଠାରୁ ପ୍ରତିବର୍ଷ ଡିସେମ୍ବର ୬ ତାରିଖକୁ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ରୂପେ ସାରା ଦେଶରେ ପାଳନ କରାଯାଉଛି ।

Leave A Reply

Your email address will not be published.