ବ୍ରାହ୍ମଣ ସମାଜ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଗୀତା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅଖିଳ ଓଡିଶା ସହ ଅନୁବନ୍ଧିତ, ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଶ୍ରୀମଦ୍‌ ଭାଗବତ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆୟୋଜିତ ହୋଇଥିଲା । ମନ୍ଦିରର ଯଜ୍ଞ ମଣ୍ଡପରେ ସକାଳ ୮ଟାରେ ଯଜ୍ଞାଚାର୍ଯ୍ୟ ପଣ୍ଡିତ ସନ୍ତୋଷ ମିଶ୍ର, ପଣ୍ଡିତ ରଘୁନାଥ ମିଶ୍ର, ପଣ୍ଡିତ ରୁଦ୍ର କିଶୋର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଗୀତାଯଜ୍ଞରେ ସସ୍ତ୍ରିକ ମହାସଭାର ସଭାପତି ପ୍ରାଣବଲ୍ଲଭ ତ୍ରିପାଠି, ଧର୍ମପ୍ରସାଦ ଆଚାର୍ଯ୍ୟ ଓ ସଂକିର୍ତ୍ତନ ତ୍ରିପାଠି, ଯଜ୍ଞର କର୍ତ୍ତା ଦାୟିତ୍ୱ ସଂପାଦନା କରିଥିଲେ । ଶକ୍ତି ବାହିନୀର ସଦସ୍ୟା ରାଜଶ୍ରୀ ତ୍ରିପାଠି, ନିହାରିକା ମିଶ୍ର, ସାଗରିକା ଗୁରୁ, ମାଳତି ଉଦ୍‌ଗାତା, ବିଣାପାଣି ଆଚାର୍ଯ୍ୟ, ପ୍ରମିଳା ମିଶ୍ର, ସଂଯୁକ୍ତା ମହାପାତ୍ରଙ୍କ ସହଭାଗିତାରେ ଉପସ୍ଥିତ ମାତୃଶକ୍ତି ଗୀତା ଶ୍ଲୋକ ଉଚ୍ଚାରଣ ସହିତ ହୁଳହୁଳି ଓ ଶଙ୍ଖନାଦରେ ତୁଳସୀ ଅର୍ପଣ କରିଥିଲେ । ଡା. ଦୈତାରୀ ପୂଝାରୀ ସଂସ୍କୃତ ଅଧ୍ୟାପକ, ଛତାମଖନା ମହାବିଦ୍ୟାଳୟ ତଥା ମୁଖ୍ୟ ପୁରୋଧା ଗୀତା ଗ୍ରନ୍ଥ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ତାଙ୍କରି ପରାମର୍ଶରେ ତାଙ୍କ ଶିଷ୍ୟ ଦେବଦତ୍ତ ଦ୍ୱିବେଦୀ, ସଂସ୍କୃତ ଶିକ୍ଷକଙ୍କୁ ଗୀତା ପଠନ ସକାଶେ ନିମନ୍ତ୍ରଣ କରାଯାଇ ବରଣ କରାଯାଇଥିଲା । ପ୍ରାରମ୍ଭରେ ଗୀତାଗ୍ରନ୍ଥ ଓ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ମୁଖ୍ୟ ପାଠକ ଶ୍ରୀ ଦ୍ୱିବେଦୀଙ୍କ ସମେତ ବ୍ରାହ୍ମଣ ଦେବତା, ମାତୃଶକ୍ତି ଓ ପର୍ଶୁରାମ ବାହିନୀର ସଦସ୍ୟ ସଦସ୍ୟ ସାମୁହିକ ୭୧ ଜଣ ପଂଚଦଶ ଅଧ୍ୟାୟ ଗୀତା ଶ୍ଲୋକ ଆବୃତି କରିଥିଲେ । ଶେଷରେ ପୂଜାର୍ଚ୍ଚନା ସମାପନ ପରେ ଆଳତି ସହିତ ସଂକିର୍ତ୍ତନ ହୋଇ ମୃଦୁଙ୍ଗ, ଘଣ୍ଟ, ଶଙ୍ଖ ଓ ହରିବୋଲ ହୁଳହଳି ମନ୍ଦିର ପରିସରରେ ଗୁଞ୍ଜରଣ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଯଜ୍ଞଚାର୍ଯ୍ୟଙ୍କ ଦ୍ୱାରା ଶାନ୍ତିଜଳ ଛିଂଚନ ହୋଇ ଆଶିର୍ବାଦ ପରେ ଗୀତା ଜୟନ୍ତି ସମାପନ ହୋଇଥିଲା । ସଭା ଶେଷରେ ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଗୀତା ଉପରେ ସମ୍ୟକ ସୂଚନା ପୂର୍ବକ ଉପସ୍ଥାପନା ସହିତ ସମଗ୍ର ମାନବ ସମାଜ ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ, ସମସ୍ତ ପ୍ରଶ୍ନର ଉତ୍ତର ଗୀତାରୁ ପାଇପାରିବେ ତଥା ଅବସାଦ ପରିଚାଳନାରେ ପୃଥିବୀର ଶ୍ରେଷ୍ଠ ଗ୍ରନ୍ଥ । ତେଣୁ ଏହାକୁ ପ୍ରତ୍ୟେକ ଦିନ ପଠନ କରିବା ପାଇଁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଉପରୋକ୍ତ କାର୍ଯ୍ୟକ୍ରମ ସୁପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ ଓ ସହଯୋଗ କରିଥିବା ଉପଦେଷ୍ଟା ଲୋକନାଥ ନେପାକ, ପର୍ଶୁରାମ ନାୟକ, କର୍ମକର୍ତ୍ତା ଅଶୋକ ପାଣ୍ଡିଆ, ସୁଧିର ଚାନ୍ଦ, ଶିବ ନାରାୟଣ ରଥ, ସନ୍ତୋଷ କୁମାର ତ୍ରିପାଠୀ, ରାଜେନ୍ଦ୍ର ମିଶ୍ର, ସୁବାଷ ଶତପଥି, ଜଗଦିଶ ନାଥ, କିଶୋର ମିଶ୍ର, ସୁରେଶ ମିଶ୍ର, ଆଶୁତୋଷ ମିଶ୍ର, ବିଧୁଭୂଷଣ ତ୍ରିପାଠି, ହଜାରି ମିଶ୍ର, ସୋମନାଥ ମିଶ୍ର, ବିଘ୍ନରାଜ ମିଶ୍ର, ଜୟନାରାୟଣ ବେହେରା ସମେତ ପାଖାପାଖି ୨୦୦ଜଣ ସଭ୍ୟ ସଭ୍ୟା ଏଥିରେ ଉପସ୍ଥିତ ହୋଇଥିବାରୁ ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.