ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ଡାକ୍ତରୀ ଛାତ୍ରୀଙ୍କୁ ଗ୍ରୀନ ପେସେଜ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଓଡ଼ିଶା ସରକାର ଙ୍କ ଉଚ୍ଛ ଶିକ୍ଷା ବିଭାଗ ତରଫରୁ ପତ୍ର ସଂଖ୍ୟା ୪୩୮୦୦, ତା ୧୮.୧୨.୨୦୨୨ ଯଏଣ୍ଟ ସେକ୍ରେଟାରୀ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଗ୍ରୀନ ପାସେଜ୍ ସାର୍ଟିଫିକେଟ କୋଭିଡ ୧୯ରେ ମୃତ୍ୟୁ ବରଣ କରିଥିବା ଘରର ମୁଖ୍ୟ ହୋଇଥିଲେ ଶିଶୁ ମାନଙ୍କୁ ଗ୍ରୀନ ପାସେଜ୍ ସାର୍ଟିଫିକେଟ ପ୍ରଦାନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସାର୍ଟିଫିକେଟରେ ଜଣେ ଛାତ୍ର କିମ୍ବା ଛାତ୍ରୀ ନାମଲେଖା ଫି, ପରୀକ୍ଷା ଫି, ହଷ୍ଟେଲ ଫି, ଲାବୋରେଟରୀ ଫି, ଲାଇବ୍ରେରୀ ଫି, କଲେଜ ଫି ଛାଡ଼ କରିବାକୁ ସାଧାରଣ/ବୃତ୍ତି ଭିତ୍ତିକ/ ବୈଷୟିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । କୋଭିଡ୍ ସମୟରେ ଦାମୋଦର କଟୁଆଙ୍କ ମୃତ୍ୟୃ ହୋଇଥିଲା । ତାଙ୍କର ଝିଅ ଅନନ୍ୟା କଟୁଆ ଭାଙ୍ଗି ନ ପଡ଼ି ମା’ଙ୍କ ଦୃଢ ପଦକ୍ଷେପ, ସାହାସ, ଧର୍ଯ୍ୟ ଧରି ନିଷ୍ଠାର ସହ ପାଠ ପଢିବାକୁ ଝିଅ ଅନନ୍ୟାକୁ ପ୍ରବତ୍ର୍ତ୍ତାଇଥିଲେ ଏବଂ ଝିଅ ମଧ୍ୟ ଆତ୍ମବିଶ୍ୱାସ ରଖି ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ସଫଳତା ପାଇଥିଲେ । ବର୍ତ୍ତମାନ ସେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ଭବାନୀପାଟଣାରେ ନାମ ଲେଖିଛନ୍ତି । ବର୍ତ୍ତମାନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଠାରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆବଶ୍ୟକ ପ୍ରମାଣ ପତ୍ର କାଗଜ ଦେଇ ଗ୍ରୀନ ପାସେଜ୍ ସାର୍ଟିଫିକେଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡ. ଅନୁପମା ପ୍ରଧାନ କରିଛନ୍ତି । ଯାହା ଫଳରେ ମାଗଣାରେ ଶିକ୍ଷା ପାଇଁ ଜଣେ ଡକ୍ଟର ହୋଇପାରିବ । ଏହା ସହିତ ରାଜ୍ୟ ସରକାରଙ୍କ ଯଶୋଦା ଯୋଜନାରେ ମଧ୍ୟ ବାର୍ଷିକ ୫୦୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଅଣଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ପ୍ରକାଶ କରିଛନ୍ତି । ତେଣୁ ଅନନ୍ୟା ଓ ତାଙ୍କ ମା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଧନ୍ୟବାଦ୍ ଜଣାଇଛନ୍ତି ।
Prev Post