ରାଉରକେଲା, (ସସ୍ମିତା ପ୍ରଧାନ) : ଭିନ୍ନକ୍ଷମଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଶ୍ରଦ୍ଧା ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ. ରାମକୃଷ୍ଣ ବିଶ୍ୱାଳଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ କାର୍ତ୍ତିକଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାନପୋଷ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ ଓ ଟିପିଡବ୍ଲୁଓଡିଏଲର ଅରୁଣା ମାରାଣ୍ଡି, ଡାମିଟ୍ସର ଅଧ୍ୟକ୍ଷ ଜତିନ ନାୟକ, ସଞ୍ଜୟ କୁମାର ଦେଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୀତବାସ ପ୍ରଧାନ, ରବିନ୍ଦ୍ର ପାଣ୍ଡବ, ବିଭୁତି ଭୂଷଣ ଦାସ, ପ୍ରଦୀପ ପଟ୍ଟନାୟକ, ଶ୍ରୀଧର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂଗ୍ରାମ କେଶରୀ ମହାନ୍ତି, ରିନୁଲତା ମହାରଣା, ଆଲୋକ ସାହୁ, ଧୀରେନ୍ଦ୍ର ଓଝାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ଅର୍ପିତା ପଣ୍ଡା ସ୍ୱଗେତ ଭାଷଣ ଓ ସୁରେଶ ଚନ୍ଦ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସଭାପତି ଡ. ବିଶ୍ୱାଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସାଧାରଣ ସମ୍ପାଦକ ଶ୍ରୀ ପାଣ୍ଡବ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଉପସଭାପତି ଡ଼ଃ. ପି. କେ. ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁକୁମାର ପାଣ୍ଡବ, ଅଞ୍ଜଳି ମହାରଣା, ସୁଜାତା ରାଉତ, ଅର୍ଚ୍ଚନା ମିଞ୍ଜ, ଚନ୍ଦ୍ରିକା ପାଣ୍ଡବ, ଇତିଶ୍ରୀ ଦାସ, ସନ୍ତୋଷୀ କୁମ୍ଭାର, ଗଗନ ମହାନ୍ତି, ଦିପ୍ତୀ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଶ୍ରଦ୍ଧାର ଅନ୍ତେବାସୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Next Post