ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୀତା ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମାର୍ଗଶୀର ମାସ ଶୁକ୍ଳ ତ୍ରୟୋଦଶୀ ଦିନ ଛତ୍ରପୁର ସ୍ଥିତ ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀମଦ୍ଭାଗବତ ଗୀତା ଜୟନ୍ତୀ ସମାରୋହ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥିଙ୍କ ଦ୍ୱାରା ଶ୍ରୀମଦ୍ଭାଗବତ ଗୀତାର ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦିତ ହୋଇଥିଲା । ଆଚାର୍ଯ୍ୟ ଶ୍ରୀକାନ୍ତ ମହାପାତ୍ର ଶ୍ରୀମଦ୍ଭାଗବତ ଗୀତାର ସାରତତ୍ତ୍ଵ ଉପରେ ବର୍ଣ୍ଣନା କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶଙ୍କ ସହିତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମୂହିକ ଗୀତାପାଠ କରାଯାଇଥିଲା ।

Leave A Reply

Your email address will not be published.