ଜିଲ୍ଲାପାଳଙ୍କ ଅଚାନକ ଡୁଙ୍ଗୁରିପାଲି ବ୍ଲକ ଗସ୍ତ

  • ଅନୁପସ୍ଥିତି ଦୁଇ ପେକ୍ସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଅଚାନକ ଗସ୍ତ କରି ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ, ଆର୍‌ଏମ୍‌ସି ମଣ୍ଡି, ଶୁଖା ପେକ୍ସ ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ମଣ୍ଡିର ପ୍ରସ୍ତୁତି ଉପରେ ତଦାରଖ କରିଥିବା ଜଣାଯାଇଛି । ଆଗାମୀ ୯ ତାରିଖ ଦିନ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ବିନା ସୂଚନାରେ ଆରଏମସି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ସାହୁ ଡୁଙ୍ଗୁରିପାଲି ବ୍ଲକ ଗସ୍ତ କରିବା ସହ ଶୁଖା ପେକ୍ସ ବୁଲି ଦେଖିଥିଲେ । ସେଠାରେ ଶୁଖା ସବ୍ ମାର୍କେଟ ୟାର୍ଡ଼ ଇନଚାର୍ଯ୍ୟ ଶାସ୍ତ୍ରୀଲାଲ ସାହୁ ଓ ୟାର୍ଡ଼ ମେନ ସୁରେଶ ପୁଟେଲ କୌଣସି ସୁଚନା ନ ଦେଇ ଅନୁପସ୍ଥିତ ଥିବା ଯୋଗୁଁ ତୁରନ୍ତ କାରଣ ଦର୍ଶାଅ ନୋଟିସ ଓ ଶୃଂଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଡ.ସାହୁଙ୍କ ବିନା ସୁଚନାରେ ଅଚାନକ ଡୁଙ୍ଗୁରିପାଲି ବ୍ଲକ୍ ଗସ୍ତ ଯୋଗୁଁ କର୍ମଚାରୀ ମହଲରେ ଛନକା ପଶିଥିବା ଜଣାପଡ଼ିଛି ।

Leave A Reply

Your email address will not be published.