ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱି-ଦିବସୀୟ ୩୯ତମ ବାର୍ଷିକ କ୍ରୀଡା ଓ ଦୌଡ଼-କୁଦ ପ୍ରତିଯୋଗିତା ଉତ୍ସାହପୂର୍ଣ୍ଣ ପରିବେଶରେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ଦେଉନି; ଶିଷ୍ଟାଚାର, ଦଳୀୟଭାବ ସହିତ ମାନସିକ ଶକ୍ତିକୁ ମଧ୍ୟ ଶକ୍ତିଶାଳୀ କରେ । +୩ ଉପ-ସଭାପତି କରୁଣାକର ପାଟ୍ଟଶାଣୀ ଏବଂ +୨ ଉପ-ସଭାପତି ଅଜିତ୍ ବେକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏହି କ୍ରୀଡ଼ା ମହୋତ୍ସବରେ ପ୍ରାୟ ୩୦୦ ଜଣ ଛାତ୍ର-ଛାତ୍ରୀ ବିଭିନ୍ନ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ସଂପୂର୍ଣ୍ଣ ପ୍ରତିଯୋଗିତା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରୀଡ଼ା ବିଶେଷଜ୍ଞ ନିଖିଳ କଳାକାର ପ୍ରଧାନ, ବିଶେଷଜ୍ଞ ସମୀର ସାହୁ, ଈଶ୍ୱର ଚନ୍ଦ୍ର ଟୁଡୁ, ପ୍ରଭାତ ରାଉଳ, ପ୍ରକାଶ ପଣ୍ଡା, ଅଶୋକ ପ୍ରସାଦ, ଅଭିଜିତ ପ୍ରସାଦ, ସାହାବ ଖାଁ ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ହୋଇଛି । +୩ ବିଭାଗର ସହଯୋଗୀ ଅଧିକାରୀ ରଶ୍ମିପ୍ରଭା ମାଥାନ ଓ ରଞ୍ଜିତ ପ୍ରଧାନ ଏବଂ +୨ ବିଭାଗର ସହଯୋଗୀ ଅଧିକାରୀ ଅନୁପ ଏକ୍କା ଓ ତରଣି ନାୟକ ସମସ୍ତ ପ୍ରତିଯୋଗିତା ସଂପନ୍ନ କରିବାର ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବରେ ପ୍ରତିଯୋଗୀମାନଙ୍କ ବିଶେଷ ଆକର୍ଷଣ ଥିଲା – ଦୌଡ଼ ପ୍ରତିଯୋଗିତାର ୧୦୦ମି., ୨୦୦ମି., ୪୦୦ମି., ୮୦୦ମି., ୧୫୦୦ମି ଦୌଡ଼, ୧୦୦ମି ରିଲେ, ୨୦୦ମି ୱାକ୍ ରେସ୍ ଏବଂ ଡିଆଁ ପ୍ରତିଯୋଗିତାର ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଫିଙ୍ଗା ପ୍ରତିଯୋଗିତାର ଜାଭେଲିନ୍ ଥ୍ରୋ, ଡିସ୍କସ୍ ଥ୍ରୋ, ପୁଟିଂ ଦ ସଟ୍ ଇତ୍ୟାଦି ଥିଲା । ଛାତ୍ର-ଛାତ୍ରୀମାନଙ୍କ ଗୁଣାତ୍ମକ ପ୍ରଦର୍ଶନ, ଉତ୍ସାହ ଓ ସ୍ପର୍ଦ୍ଧାମୂଳକ ଭାବନା ଦୁଇଦିନିଆ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ହୋଇଛି । ବିଭିନ୍ନ ବର୍ଗର ବିଜେତାମାନଙ୍କୁ ୪ ଡିସେମ୍ବର ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ରାଉରକେଲା ମହାନଗରର ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ଯଶସ୍ୱିନୀ ମିଶ୍ରଙ୍କ ଉପସ୍ଥିତିରେ ସମ୍ମାନିତ କରାଯିବ । କଲେଜ ପରିଚାଳନା ଦଳ କହିଛନ୍ତି ଯେ, ଏପରି କ୍ରୀଡ଼ା ଆୟୋଜନ ଛାତ୍ର-ଛାତ୍ରୀଙ୍କ ସମଗ୍ର ବ୍ୟକ୍ତିତ୍ୱ ଗଠନରେ ଅତ୍ୟନ୍ତ ଦରକାରୀ । କଲେଜର ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ରାଉତ, ପ୍ରାଧ୍ୟାପିକା ଭାରତୀ ବରୱା, ବନ୍ଦନା ସୋରେନ, ମନୋଜ କୁମାର ଦଳେଇ, ଦୀପାଳି ପ୍ରଧାନ, ମୌସୁମୀ ଦାସ, ସୌମ୍ୟରଞ୍ଜନ ପ୍ରଧାନ, ଅରବିନ୍ଦ ପ୍ରଧାନ, ମୀନକେତନ ନାଏକ, ଏଲିଜା ଡୁଙ୍ଗଡୁଙ୍ଗ ପ୍ରମୁଖ ଅଧ୍ୟାପିକା-ଅଧ୍ୟାପକ ତଥା ଅଜୟ କୁମାର ଯାଦବ, ଅନ୍ୱେଷା ନାୟକ, ଚାନ୍ଦିନୀ ଗିରି, ରାଜଶ୍ରୀ ରାଉତ, ଅଞ୍ଜଳି ସାହୁ, ଦୀପକ କୁମାର ଶାହା, ନରମୀ ମହାକୁଡ଼, କବିତା କିଷାନ, ଇସରାନ୍ତି ମୁଣ୍ଡା, ପୂଜା ତିର୍କି, ଆୟୁଷୀ ସିଂ, ଦିଶା ସିଂ, କାହ୍ନା ମହାରଣା, ଝରଣା ଭଞ୍ଜ, ବିଜୟ କୁମାର ଯାଦବ ପ୍ରମୁଖ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ ପ୍ରଦାନ କରିଥିଲେ ।
Next Post