ବାନ୍ଧକଳାରେ ଶ୍ରୀମଦ ଭଗବତ ଗୀତାର ଲୋକାର୍ପଣ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ଗୀତା ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ସହର ଗୋକର୍ଣ୍ଣେଶ୍ୱର ପଡାର ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ବାନ୍ଧକଳାର ଏକ ୱାଲ ହେଙ୍ଗିଙ୍ଗ (କାନ୍ଥ ଝୁଲଣ)ରେ ଗୀତାର ୧୮ ଅଧ୍ୟାୟର ସମସ୍ତ ଶ୍ଲୋକ ଗୁଡିକୁ ବୁଣି ଖୁବ ଚର୍ଚ୍ଚାକୁ ଆସିଛନ୍ତି । ସୂକ୍ଷ୍ମ ହସ୍ତତନ୍ତ କାରିଗରୀ ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରଙ୍କ ଦେଶ ବିଦେଶରେ ବେଶ ସୁନାମ ରହିଥିବା ବେଳେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ସୋନପୁର ସହରରେ ବସବାସ କରୁଥିବା ଏକ ଉଦାହରଣ ବା ପ୍ରତିଭା ହେଲେ ବାନ୍ଧଶିଳ୍ପୀ ପ୍ରଫୁଲ୍ଳ ମେହେର । ୱାଲ ହେଙ୍ଗିଙ୍ଗରେ ଶ୍ରୀମଦ ଭଗବତ ଗୀତାର ସମସ୍ତ ଶ୍ଲୋକକୁ ସ୍ଥାନିତ କରି ତିଆରିଛନ୍ତି ଏକ ବାନ୍ଧ କଳାର ଝୁଲଣ । ଏହି ଅବସରରେ ଶ୍ରୀଯୁକ୍ତ ମେହେରଙ୍କ ଗୋକର୍ଣ୍ଣେଶ୍ୱର ପଡା ସ୍ଥିତ ବାସଭରବନରେ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ସେଠାରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ଗୀତାପାଠ କରାଯାଇଥିବା ବେଳେ ଗୀତା ମନ୍ତ୍ର ଉଚ୍ଚାରଣରେ ଏହି ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ କାନ୍ଥ ଝୁଲଣକୁ ଲୋକାର୍ପଣ କରି ଏହି ଚମତ୍କାରିତା ବାନ୍ଧ କଳା ଦେଶ ବିଦେଶର ଲୋକଙ୍କୁ ଆକୃଷ୍ଟ କରିବ ଓ ଆମ ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବଢାଇବ ବୋଲି କହିଥିଲେ ଏବଂ ବାନ୍ଧଶିଳ୍ପୀ ଶ୍ରୀ ମେହେରଙ୍କ ସମେତ ଟିମ୍ ୱାର୍କକୁ ଭୂୟସୀ ପ୍ରଶଂସା କରିଥିଲେ । ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେରଙ୍କ ବାପା ସ୍ୱର୍ଗତ ଅନନ୍ତ ରାମ ଜଣେ ଭାଗବତ ପ୍ରେମୀ ହୋଇଥିବାରୁ ଆଜି ଏହି ପବିତ୍ର ଭାଗବତ ଜୟନ୍ତି ତିଥିରେ ୧୪.୩ ମିଟର ଲମ୍ବର ଓ ୩୦ ଇଞ୍ଚ ଓସାର ଏକ ୱାଲ ହେଙ୍ଗିଙ୍ଗରେ ଭାଗବତର ୧୮ ଅଧ୍ୟାୟର ସମସ୍ତ ୭୦୦ ଶ୍ଳୋକକୁ ନେଇ ସଂସୃତ ଭାଷାରେ ଏହି ୱାଲ ହେଙ୍ଗିଙ୍ଗଟିି ତିଆରି ହୋଇଛି । ଏଥିପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡିଛି । ଏହାକୁ ଆଜିର ଏହି ପବିତ୍ର ଦିନରେ ସାଧାରଣ ଲୋକଙ୍କ ପାଇଁ ବୁଣା କାମ କରି ବେଶ୍ ଖୁସିଥିବା ଓ ନିଜକୁ ଗୌରବାନ୍ଵିତ ମନେ କରିଛନ୍ତି ବାନ୍ଧଶିଳ୍ପୀ ପ୍ରଫୁଲ୍ଳ ଓ ତାଙ୍କ ସ୍ତ୍ରୀ । ଏହାକୁ ବୁଣିବାକୁ ନିଜେ ପ୍ରଫୁଲ୍ଲଙ୍କ ସହ ୨୭ ଜଣ କାରିଗର ୪ ବର୍ଷ ୬ ମାସ ସମୟ ଲାଗିଥିବା ବିଷୟ ମିଡ଼ିଆରେ ପ୍ରକାଶ କରିଛନ୍ତି । ଶ୍ରୀ ମେହେର ଜିଲ୍ଲାର ବୀରମହାରାଜପୁର ଅଚଂଳର ଏକ ବୁଣାକାର ପରିବାରରେ ଜନ୍ମିତ ହୋଇ ପିଲାବେଳୁ ନିଜର କୌଳିକ ବୃତ୍ତି ବାନ୍ଧକଳା ପ୍ରତି ବେଶ ଆଗ୍ରହ ରହିଥିବା ଓ ଅଧ୍ୟୟନ ପରେ ସେ ରାଜ୍ୟ ବୟନ ଓ ହସ୍ତତନ୍ତ ବିଭାଗରେ ଚାକିରି କରିଥିଲେ । ଚାକିରି ସମୟରେ ନିଜର ପ୍ରତିଭା ପ୍ରଦର୍ଶନ କରି ସେ ୧୯୯୨ରେ ନ୍ୟାସନାଲ ମେରିଟ୍ ପୁରସ୍କାର ପାଇଥିବା ଖବର ମିଳିଛି । ଅବସର ପରେ ଏବେ ଏହି ୱାଲ ହେଙ୍ଗୀିଙ୍ଗଟିରେ ଗୀତାର ଶ୍ଲୋକ ଗୁଡିକୁ ବୁଣି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଶ୍ରୀ ମେହେର । ଏହି ଅବସରରେ ଆଜି ଜିଲ୍ଲାର ଅନେକ ପ୍ରତିଷ୍ଠିତ ବାନ୍ଧଶିଳ୍ପୀ, ସହରର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଶ୍ରୀ ମେହେରଙ୍କ ପୁରା ପରିବାର ଓ ସାଥି ବାନ୍ଧ ଶିଳ୍ପୀଙ୍କୁ ଉତ୍ସାହିତ କରି ସଫଳତା ପାଇଁ ଶୁଭ କାମନା ଜଣାଇଥିଲେ ।

Leave A Reply

Your email address will not be published.