ବିନିକା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୯ତମ ବାର୍ଷିକ କ୍ରୀଡା ଉତ୍ସବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିନିକାର ୧୯ତମ ବାର୍ଷିକ କ୍ରୀଡା ଗତ ତା ୦୧/୧୨/୨୫ ଓ ୦୨/୧୨/୨୫ ରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଫୁଟବଲ ଖେଳ ପରିଚାଳକ ଜିତେନ୍ଦ୍ରିୟ ଥନାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡା ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶାରୀରିକ ପ୍ରମୁଖ ରବୀନ୍ଦ୍ର ବିଭାର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାକ୍ ଶିଶୁ ବର୍ଗ, ଅଣ୍ଡର ୧୧, ଅଣ୍ଡର ୧୪ ଓ ଅଣ୍ଡର ୧୭ ମୋଟ ୪ଟି ବର୍ଗରେ ୭୨ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ୧୦୮ ଜଣ ଭାଇ ଓ ୯୩ ଜଣ ଭଉଣୀ ମୋଟ ୨୦୧ ଜଣ ପ୍ରତିଭାଗୀ ସକ୍ରିୟତାର ସହିତ ଅଂଶଗ୍ରହଣ କରିଥିଲେ । ସମାରୋପ ଅବସରରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଭାଇଭଉଣୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ମଞ୍ଚରେ ପରିଚାଳନା ସମିତିର ସମ୍ପାଦକ ଗୌରବ କୁମାର ପାଢ଼ୀ, ସହ ସମ୍ପାଦକ ମହେଶ ରଞ୍ଜନ ବଡ଼ପଣ୍ଡା ଉପସ୍ଥିତ ରହି ମୁଖ୍ୟ ଅତିଥିଙ୍କ ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ବିଶ୍ୱରାମ ବାଗ ମାନପତ୍ର ପ୍ରସ୍ତୁତ କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ସହଯୋଗ କରିଥିଲେ ।

Leave A Reply

Your email address will not be published.