ଓଡ଼ିଆପାଲିରେ ଅଭାବନୀୟ ଘଟଣା : କୁକୁଡ଼ା ଫାର୍ମର କେମିକାଲ ମିଶ୍ରିତ ମଦ ପିଇ ଜଣେ ମୃତ, ଦୁଇଜଣ ସଙ୍କଟରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଡ଼ିଆପାଲି ଗାଁରେ ଆଜି ଅପରାହ୍ନ ସମୟରେ ଘଟିଥିବା ଏକ ଭୟାବହ ଘଟଣା ଅଞ୍ଚଳସାରା ଚର୍ଚ୍ଚାରେ ରହିଛି । ସ୍ଥାନୀୟ ସୂତ୍ର ଅନୁସାରେ, କୁକୁଡ଼ା ଫାର୍ମ ସମ୍ମୁଖରେ ଗ୍ରାମର ଚନ୍ଦନ ମାଝୀ ଚରୁ ଭୋଜି ଦେଇଥିଲେ। ଗ୍ରାମର କିଛିଲୋକ ସେଠାକୁ ଖାଇବାକୁ ଯାଇ ମଦ ମାଂସର ସୁଅ ଛୁଟିଥିଲା । ଗ୍ରାମର କିଛି ବ୍ୟକ୍ତି କୁକୁଡ଼ା ଫାର୍ମର ଥିବା କେମିକାଲକୁ ମଦରେ ମିଶାଇ ପିଇଦେବାରୁ ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଥିଲେ । ସୁରୁ ମାଝୀ ଘଟଣାସ୍ଥଳରେ ବେହୋସ ହୋଇଯାଇ ଯାଇଥିବା ବେଳେ ସଙ୍ଗେ ସଙ୍ଗେ ଗୁରୁତରମାନଙ୍କୁ ପାଟଣାଗଡ ସବଡିଭିଜନାଲ ଡାକ୍ତରଖାନାକୁ ଆଣାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସୁରୁ ମାଝୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଘଟଣାରେ ଅନ୍ୟ ଦୁଇଜଣ ହରି ମାଝୀ ଓ ଦୁର୍ଲଭ ନାଏକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଖପ୍ରାଖୋଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । କେମିକାଲ କିପରି ମଦରେ ମିଶିଲା, ଏହା ଅଜାଣତରେ କି ଅବହେଳାରୁ ଘଟିଛି, ନାଁ କେହି ଜାଣିଶୁଣି ଏଭଳି କାଣ୍ଡ ଭିଆଇଛି, ପୋଲିସ ତଦନ୍ତ ପରେ ସ୍ପଷ୍ଟ କାରଣ ଜଣାପଡ଼ିବ ବୋଲି କୁହାଯାଉଛି । ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ମତାମତ ମିଳି ପାରିନାହିଁ । ଅଞ୍ଚଳରେ ଏହି ଦୁଃଖଦ ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.