ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ସୁଦପଡ଼ାରେ ଅଭାବନୀୟ ଘଟଣା । ବନ୍ଦ ଦୋକାନ ଭିତରୁ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତିଙ୍କ ନାମ ଦୀପକ ନନ୍ଦ । ତାଙ୍କ ଘର ପୁଇଁନ୍ତଲା ଗ୍ରାମରେ ବୋଲି ଜଣାପଡିଛି । ସେ ଜଣେ ପାଇପ ମିସ୍ତ୍ରୀ ଓ ସୁଦପଡ଼ା ଜେଲ ପଛପଟରେ ଏକ ପାନ ଦୋକାନ ମଧ୍ୟ ଖୋଲିଥିଲେ । ତେବେ କେମିତି ଓ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେନେଇ ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ମୃତଦେହକୁ କବାଟ ଭାଙ୍ଗି ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପୋଷ୍ଟମଟର୍ମ ପାଇଁ ପଠାଇଛି । ତେବେ ପରିବାର ଲୋକ ଏଭଲି ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି ।
Prev Post