ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ‘ଆର୍ଟ ଅଫ୍ ଲିଭିଙ୍ଗ୍’ ସୋନପୁର ଶାଖା ତରଫରୁ ଏକ ବ୍ୟାପକ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥା ପକ୍ଷରୁ ପ୍ରଥମେ ସୋନପୁର କଳାପଥର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ନିକଟସ୍ଥ ଅନ୍ଧ, ମୂକ, ବଧିର ଓ ମାନସିକ ଅନଗ୍ରସର ଶିକ୍ଷା ଅନୁଷ୍ଠାନରେ ପିଲାମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ସେହିପରି ତରଭା ବ୍ଲକ ଶିବତୁଲା ଠାରେ ଥିବା ଅନ୍ଧ, ମୂକ ଓ ବଧିର ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଜୋତା, ଶୁଖିଲା ଖାଦ୍ୟ ସହିତ ସ୍କୁଲ୍ ପାଇଁ ଏକ ବଡ଼ ପ୍ରେସର କୁକର ଦିଆଯାଇଥିଲା । ପରେ ସୋନପୁର ସୁବର୍ଣ୍ଣମେରୁ ମନ୍ଦିର ନିକଟସ୍ଥ କୁଷ୍ଠାଶ୍ରମ କଲୋନୀରେ ଅନ୍ତେବାସୀ ମାନଙ୍କୁ ମଧ୍ୟ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ଆର୍ଟ ଅଫ ଲିଭିଂର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସମାଜସେବୀଙ୍କ ସହ ହିମାଂଶୁ ଗଡତିଆ ପ୍ରମୁଖ ସହଯୋଗ କରିଥିଲେ । ଏହା ଜଣାପଡିବା ପରେ ଏହି ମହତ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ତଥା ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।
Next Post