ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ୍ ଅର୍ନ୍ତଗତ ଗୁଞ୍ଜିବାଡ଼ି ପଞ୍ଚାୟତର ଲକେବାଡ଼ି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ଆଁରେ ଲକ୍ଷାଥିକ ଟଙ୍କାର ଶୀତବସ୍ତ୍ର ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କିଛି ବୁଲା ବ୍ୟବସାୟୀ କିଛି ଦିନ ହେବ ଲକେବାଡ଼ି ଗ୍ରାମରେ ଏକ ଭଡ଼ା ଘରେ ଶୀତବସ୍ତ୍ର ରଖି ସେଠାରେ ରହି ଆଖପାଖ ଅଞ୍ଚଳରେ ଫେରିବାଲା ଭାବେ ବ୍ୟବସାୟ କରୁଥିଲେ । କୌଣସି କାରଣରୁ ଆଜି ସକାଳେ ଘରେ ନିଆଁ ଲାଗି ଯାଇଥିବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ରାଇକିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେପଟେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଶୀତବସ୍ତ୍ର ଜଳିପୋଡ଼ି ନଷ୍ଟ ହୋଇଥିବା ବେଳେ ଜନ ଜୀବନ ସୁରକ୍ଷିତ ଥିବା ଜଣାପଡ଼ିଛି । ଅନ୍ୟପଟେ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି ।