ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ୧୨ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ପଞ୍ଚାୟତର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ବିଭିନ୍ନ ସମସ୍ୟା ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବ୍ଲକ ପ୍ରଶାସନ ନିର୍ବାଚିତ ଜନ-ପ୍ରତିନିଧିଙ୍କୁ ଅଣଦେଖା କରୁଥିବା ଅଭିଯୋଗ ନେଇ ୧୨ ପଞ୍ଚାୟତର ପ୍ରତିନିଧିଗଣ ସମୂହ ଜିଲ୍ଲାପାଳଙ୍କୁ ଭେଟି ସବିଶେଷ ବୃତ୍ତାନ୍ତ ଶୁଣାଇଥିଲେ । ଯାହାକି ଗତ ୨୦୨୪ ସାଧାରଣ ନିର୍ବାଚନ ପରଠାରୁ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହେଉ କିମ୍ବା ରାସନ କାର୍ଡ଼, ସାମାଜିକ ସୁରକ୍ଷା ଭତ୍ତା ଓ ଅନ୍ତୋର୍ଦୟ ଗୃହ ଯୋଜନା ଏମିତି କି ବିଭିନ୍ନ ବିଷୟରେ ନିର୍ବାଚିତ ପ୍ରତିନିଧିଙ୍କ ଅଜାଣତରେ ବ୍ଲକର କିଛି ସରକାରୀ ଅଧିକାରୀ କିଛି ଦଲାଲଙ୍କ ମାଧ୍ୟମରେ ଏ ସବୁ କାର୍ଯ୍ୟ କରିବାର ନଜର ଆସୁଛି ବୋଲି ପ୍ରତିନିଧି ମଣ୍ଡଳୀଙ୍କ ତରଫରୁ ଅଭିଯୋଗ ହୋଇଛି । ନିକଟରେ ପ୍ରତି ପଞ୍ଚାୟତର କିଛି ଦଲାଲଙ୍କ ଜରିଆରେ ଲୋକଙ୍କୁ ରାସନ କାର୍ଡ଼ ବଣ୍ଟନ କରିଛନ୍ତି । ସେମାନଙ୍କ ପ୍ରଶ୍ନ ଯଦି ରାସନ କାର୍ଡ଼ କିଛି ଲୋକଙ୍କୁ ଦିଆଗଲା ତାହେଲେ କେଉଁ ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଏବଂ ସରପଞ୍ଚ ଜାଣିଛନ୍ତି, କି ? ଏବଂ ଏକ୍ୟୁଟେନସ୍ ରେଜିଷ୍ଟରରେ ଦସ୍ତଖତ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ବିଜିବିଓ, ମନରେଗା, ଜିଆଇଏ, ପିଏସଡିପି ବ୍ଲକର ସମିତି ସଭ୍ୟଙ୍କ ଅଜାଣତରେ ଏସବୁ କାର୍ଯ୍ୟ ହେଉଅଛି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି । ଏନେଇ ବାରମ୍ବାର ବ୍ଲକ ପ୍ରଶାସନକୁ ସମସ୍ୟାର ସମାଧାନ ପାଇଁ ଜଣାଇଥିଲେ, ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଶୃଙ୍ଖଳାର ସହ ବ୍ଲକ କାର୍ଯ୍ୟ ପଞ୍ଚାୟତ କାର୍ଯ୍ୟ ଆଗକୁ ଯିବା ସେମାନଙ୍କ ପ୍ରମୁଖ ଦାବି ବୋଲି ଜଣାଯାଇଛି । ଯଦି ଏ ସବୁ କାର୍ଯ୍ୟ ଉପରେ ଆଗାମୀ ୭ (ସାତ) ଦିନ ମଧ୍ୟରେ ସମାଧାନ ନ ହୁଏ ତାହାହେଲେ ସମସ୍ତ ଜନପ୍ରତିନିଧ ଶାନ୍ତିପୂର୍ଣ୍ଣ ଭାବେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।