କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ : ରାଜନାଥ ସିଂ

ବେଙ୍ଗାଲୁରୁ : କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ ରହିଛି । ଦେଶବାସୀଙ୍କ ସୁରକ୍ଷା ଲାଗି ଯେ କୌଣସି ସ୍ଥିତିର ମୁକାବିଲା କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଏରୋ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଏୟାର ସୋରେ ଯୋଗଦେଇ କହିଛନ୍ତି । ଭାରତ ଏକାଦିକ୍ରମେ ଏକାଧିକ କ୍ଷେତ୍ରରେ ଯୁଦ୍ଧ ଲଢୁଛି । ଆତଙ୍କବାଦ ବିରୋଧରେ ଭାରତ ଯୋଜନାବଦ୍ଧ ଭାବେ ଲଢ଼େଇ ଜାରି ରଖିଛି । ସୀମାପାର୍‌ ଆତଙ୍କବାଦ ଦେଶ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ଭାରତ ସତର୍କତା ସହିତ ଏହାର ମୁକାବିଲା କରୁଥିବା ସେ କହିଛନ୍ତି ।

Leave A Reply

Your email address will not be published.