ହ୍ୟୁମାନ ସାଗରଙ୍କୁ ଲୋକେ ଆଜି ବି ଝୁରୁଛନ୍ତି : ରାୟଗଡ଼ାରୁ ଆସି ଟିଟିଲାଗଡ କବର ସ୍ଥାନରେ ଦେଲେ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ ଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତେବେ ତାଙ୍କର ଗୀତ ଶୁଣି ଲୋକେ ନିଜର ଦୁଃଖ ଭୁଲି ଯାଉଥିଲେ । ତେବେ ହ୍ୟୁମାନଙ୍କ ପରଲୋକ ଗମନ ପରେ ବହୁ ସଙ୍ଗୀତପ୍ରେମୀ ଭାଙ୍ଗି ପଡ଼ିଛନ୍ତି । ତେବେ ଶୁକ୍ରବାର ସନ୍ଧ୍ୟାରେ ସୁଦୂର ରାୟଗଡ଼ା ଜିଲ୍ଲାରୁ ୯ ଜଣ ବ୍ୟକ୍ତି ଆସି ହ୍ୟୁମାନ ସାଗରଙ୍କ କବର ନିକଟକୁ ଆସି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେମାନେ ହେଲେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସବ ଡିଭିଜନ ପଦମପୁର ବ୍ଲକ ଇନ୍ଦପୁର ଗ୍ରାମ ପଞ୍ଚାୟତର ସୁନାପଲି ରାଉତ ରଙ୍ଗା ଗ୍ରାମର ବାସିନ୍ଦା । ହ୍ୟୁମାନଙ୍କ କବର ନିକଟରେ ପହଁଚି କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ହ୍ୟୁମାନଙ୍କ ଦେହାନ୍ତ ଖବର ଶୁଣିବା ପରେ ସେମାନ ତାଙ୍କ ଗ୍ରାମରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାପରେ ବି ମନ ନ ବୁଝିବାରୁ ଶୁକ୍ରବାର ଆସି ପୁଣି ଥରେ ତାଙ୍କୁ ଝୁରି ଝୁରି ମନେ ପକାଇବା ସହ ହ୍ୟୁମାନଙ୍କ ଝିଅ ଆଗକୁ ଆହୁରି ବଡ଼ କଣ୍ଠଶିଳ୍ପୀ ହୁଅନ୍ତୁ ବୋଲି ସେମାନେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.