ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୧୪ ବର୍ଷ ବାଳିକା ବିଭାଗରେ ବରଗଡ଼କୁ ହରାଇ ସୁନ୍ଦରଗଡ଼ ବିଜେତା ହୋଇଥିଲା ଓ ବରଗଡ଼ ଉପବିଜେତା ହୋଇଥିଲା । ଏହି ପ୍ରତିଯୋଗିତାରେ ମାଣ୍ଡୋସିଲ କସ୍ତୁରବା ବାଳିକା ବିଦ୍ୟାଳୟର ୪ ଜଣ ଛାତ୍ରୀ ବରଗଡ଼ ଜିଲ୍ଲା ତରଫରୁ ଖେଳୁଥିଲେ ଓ ନିଜ ଜିଲ୍ଲା ପାଇଁ ଟ୍ରଫି ଆଣି ଗୌରବ ଆଣିଛନ୍ତି । ସେମାନେ ହେଲେ ତପସ୍ଵିନୀ ବିନାଟ, ଲଭଲି ବିନ୍ଧାଣି, ଟିକେଶ୍ୱରୀ ଗଏଁତା,ସଞ୍ଚିତା ପଟେଲ । ସୁନ୍ଦରଗଡ଼ରୁ ଫେରିବା ପରେ ମାଣ୍ଡୋସିଲ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସେମାନଙ୍କୁ ମାଣ୍ଡୋସିଲ ଅଞ୍ଚଳର ଅନେକ ଖେଳପ୍ରେମୀ, ବୁଦ୍ଧିଜୀବୀ, ଶିକ୍ଷାବିତ ତଥା ଅଞ୍ଚଳବାସୀ ବାଜା ରୋଷଣୀରେ ପହଞ୍ଚି ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସମୟରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ଗାଁ କମିଟି ସଭାପତି ଜଗନ୍ନାଥ ପୁଟା, ରାଧେଶ୍ୟାମ ପଟେଲ, ମହେନ୍ଦ୍ର କୁମାର ଖୁଣ୍ଟିଆ, ଗୋପାଳ ପ୍ରସାଦ ବେହେରା, ରାଜୀବ ସାହୁ, ଋଷଦେବ ରଣା, ଶରତ ହଂସ, ବୈବସୁତ ପ୍ରଧାନ, ହେମସାଗର ସାହୁ, ଉଗ୍ରସେନ ପ୍ରଧାନ, ହୃଷିକେଶ ବାଗ, ଭୂପନ୍ଦ୍ର ସାହୁ, ପୋର୍ଟା ମିନତୀ ଟେଟେ, ପ୍ରଭାତ ମିଶ୍ର, ତାପସ ସାହୁ, କେଜିଭିବିର ସମସ୍ତ କର୍ମଚାରୀ , ଛାତ୍ରଛାତ୍ରୀ ତଥା ଗ୍ରାମର ଅନେକ ଭଦ୍ରବ୍ୟକ୍ତି ଫୁଲତୋଡ଼ା ଓ ଉପକୌଢନ ଦେଇ ସ୍ୱାଗତ କରିଥିଲେ ।