ଗନ୍ଧମାର୍ଦ୍ଦନ ପାହାଡ଼ରେ ହେବ ରୁଫ୍ ୱେ : ନୃସିଂହନାଥ ଓ ହରିଶଙ୍କର ପର୍ଯ୍ୟଟନସ୍ଥଳୀ ଦ୍ୱୟକୁ ଆହୁରି ଅଧିକ ଆକର୍ଷିତ କରାଯିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକସେବା ଭବନରେ ବରଗଡ଼ର ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଗନ୍ଧମାର୍ଦ୍ଦନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିଥିଲେ । ଐତିହାସିକ ଓ ଧାର୍ମିକ ମହତ୍ୱ ରଖୁଥିବା ଗନ୍ଧମାର୍ଦ୍ଦନ ପାହାଡ଼ର ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଓଡ଼ିଶା ଓ ଅନ୍ୟରାଜ୍ୟ ମାନଙ୍କରୁ ନୃସିଂହନାଥ ଓ ହରିଶଙ୍କରକୁ ଆସିଥାନ୍ତି । ଗନ୍ଧମାର୍ଦ୍ଦନର ଗୋଟିଏ ପଟେ ବରଗଡ଼ ଜିଲ୍ଲାର ନୃସିଂହନାଥରୁ ଅପର ପାର୍ଶ୍ଵରେ ଅବସ୍ଥିତ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ପାହାଡ଼ ଉପରେ ପାଦଚଲେ ରାସ୍ତାଦେଇ ଲୋକେ ଦୀର୍ଘ ୧୮ କିମି ଅତିକ୍ରମ କରିଥାନ୍ତି । ଏଠାରେ ରୁଫ୍ ୱେ ନିର୍ମାଣ ହେଲେ ଏହି ଦୁଇ ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନସ୍ଥଳୀର ମହତ୍ଵ ବଢ଼ିବା ସହ ଆଉ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ । ଏହାଦ୍ଵାରା ବାଣିଜ୍ୟ ବ୍ୟବସାୟରେ ଅଧିକ ନିଯୁକ୍ତି ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାର ଖୁବ ଶୀଘ୍ର ଏ ଦିଗରେ ପଦକ୍ଷପ ନେବେ ବୋଲି ସାଂସଦ ଶ୍ରୀ ପୁରୋହିତଙ୍କୁ କହିବା ସହ ନୃସିଂହନାଥରୁ ହରିଶଙ୍କର ରୁଫ୍ ୱେର ଡିପିଆର୍ ତୁରନ୍ତ ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.