କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ମୋ ଖତ ବିକ୍ରୟ କେନ୍ଦ୍ର, ଏକ ପାଣି ପମ୍ପ ଓ ଫଗିଙ୍ଗ ମେସିନ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ନଗରପାଳ ଅଶୋକ କୁମାର ମହାନ୍ତି, ଉପନଗରପାଳ ମନୀଷା ମିଶ୍ର, ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ସମେତ ଅନ୍ୟାନ୍ୟ ଅତିଥି ଯୋଗଦେଇଥିଲେ । ହିସାବ ରକ୍ଷକ ହିମାଂଶୁ ଶେଖର ରଣା, ସ୍ୱଚ୍ଛ ପରିମଳ ଅଧିକାରୀ ଅଭିନନ୍ଦନ ପ୍ରଧାନ, ରବୀନ୍ଦ୍ର ନାଥ ପରିଡା, ଆଶିଷ କୁମାର ପଣ୍ଡା, ଯଶୋବନ୍ତ ମହାପାତ୍ର, ପରମେଶ୍ୱର ଚୌହାନ, ମନୋରଞ୍ଜନ ନାଗ, ଦୁଷ୍ମନ୍ତ ଧଙ୍ଗଡାମାଝୀ ସମେତ ସମସ୍ତ କାଉନସିଲର, ସ୍ୱଚ୍ଛ ସାଥି, ଏବଂ ଏନଏସି କର୍ମଚାରୀ ସହଯୋଗ କରିଥିଲେ । ଏହି ଅବସରରେ ଆଜି ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୭ ଜଣ ନୂତନ ହିତାଧୀକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।