ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ବଲାଙ୍ଗିର ନିୟନ୍ତ୍ରିତ ବଜାର କମିଟି ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା । ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରି ଆତ୍ମନିର୍ଭର ଭାରତ ନିର୍ମାଣରେ ସମବାୟ ବଳିଷ୍ଠ ଭୂମିକା ନେଇପାରିବ ବୋଲି ମତପ୍ରକାଶ କରିଥିଲେ । ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ବହୁମୂଖୀ ସମିତି କରିବା ଦିଗରେ ସମସ୍ତଙ୍କୁ କାମ କରିବାକୁ ଆହ୍ଵାନ କରିଥିଲେ । ବର୍ତ୍ତମାନର ଆହ୍ଵାନ ଗୁଣବତ୍ତା ମାଟି, ପାଣି, ପବନ ଆଗାମୀ ପିଢି ପାଇଁ ସୁରକ୍ଷିତ କରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ସମବାୟ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଧିରେନ୍ଦ୍ର ସିଂହ ବରିହା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମତବ୍ୟକ୍ତ କରିଥିଲେ । ସମବାୟ ମାଧ୍ୟମରେ ଜୈବିକ ସାର ତିଆରି କରିବା ସହିତ ପାଣି ପରିବା ସଂରଣକ୍ଷଣ ପାଇଁ ସୌର ଶୀତଳ ଭଣ୍ଡାର ତିଆରି କରିବା ପାଇଁ ଆହ୍ଵାନ କରିଥିଲେ । ଉପନିବନ୍ଧକ ସମବାୟ ସମିତି ସମୂହ, ପ୍ରମୋଦ କୁମାର ବରିହାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ସାରଦା ପ୍ରସନ୍ନ ସିଂହ ବରିହା, ରଜନୀକାନ୍ତ ପଣ୍ଡା, ଜେନେରାଲ ମ୍ୟାନେଜର, ଜିଲ୍ଲା ଦୁଗ୍ଧ ସଂଘ, ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ପ୍ରମୁଖ ଯୋଗଦେଇ ଆତ୍ମନିର୍ଭର ଭାରତ ଗଠନରେ ସମବାୟର ଭୂମିକା, ସମବାୟ ସମିତି ଗୁଡିକୁ ସ୍ୱାବଲମ୍ବୀ କରିବା, ସମିତି ଗୁଡିକର ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉପରେ ଆଲୋକପାତ କରିଥିଲେ । ସମବାୟ ସପ୍ତାହ ପାଳନ ଅବସରେ ବକ୍ତୃତା ଓ ନିବନ୍ଧ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ତଥା ସଫଳ ଚାଷୀ, ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବଲାଙ୍ଗିର ଜିଲ୍ଲା କେନ୍ଦ୍ର ବ୍ୟାଙ୍କ ଶାଖା, ବହୁମୂଖୀ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ ଓ ଉପନିବନ୍ଧକ ଓ ସହକାରୀ ନିବନ୍ଧକ ସମସ୍ତ କର୍ମଚାରୀ, ବିଭିନ୍ନ ବହୁମୂଖୀ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ, ସଭାପତି, ସଭ୍ୟ ସଭ୍ୟା ଉପସ୍ତିତ ଥିଲେ । ଉପସହକାରୀ ନିବନ୍ଧକ ବିଶ୍ଵମୋହନ ବାରିକ ସ୍ୱାଗତ ଭାଷଣ ଦେଇଥିଲେ ଓ ସୁଶ୍ରୀ ସମିଧା ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବାବେଳେ ବ୍ରବିମ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.