- ଷଡ଼ଯନ୍ତ୍ର ପଛରେ ଥିବା ଲୋକଙ୍କୁ ଉଚିତ ଶାସ୍ତି ଦିଆଯିବ ବୋଲି ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରି ସମ୍ପ୍ରତି ଘଟିଥିବା ବିସ୍ଫୋରଣ ଘଟଣାରେ ଆହତମାନଙ୍କୁ ଭେଟିଛନ୍ତି । ସେ ପୀଡିତ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି ଏବଂ ସେମାନଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ଏହି ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । “ଷଡ଼ଯନ୍ତ୍ର ପଛରେ ଥିବା ଲୋକଙ୍କୁ ନ୍ୟାୟ ଦିଆଯିବ,” ସେ ଦୃଢ଼ ଭାବରେ କହିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି : “ଦିଲ୍ଲୀରେ ବିସ୍ଫୋରଣ ସମୟରେ ଆହତମାନଙ୍କୁ ଏଲଏନଜେପି ହସ୍ପିଟାଲ ଯାଇ ଭେଟିଲି । ସମସ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଷଡ଼ଯନ୍ତ୍ର ପଛରେ ଥିବା ଲୋକଙ୍କୁ ଉଚିତ ଶାସ୍ତି ଦିଆଯିବ ।”