csstore

ଘରୋଇ ଓ ସରକାରୀ ବସ୍‌ ଏବଂ ସ୍କୁଲ ବସ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ତାଲିମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଘରୋଇ, ସରକାରୀ ଓ ସ୍କୁଲ ବସ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ଓ ଦୁର୍ଘଟଣାରୁ ସୁରକ୍ଷା ନେଇ ଏକ ତାଲିମ କାର୍ଯ୍ୟକ୍ରମ ନୂତନ ବସ ଟର୍ମିନାଲ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଂଚଳିକ ପରିବହନ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘରୋଇ ବସ ମାଲିକ ସଂଘର ସଭାପତି ଦୁର୍ଗାଚରଣ ବେହେରାଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବରେ ଅଂଚଳିକ ପରିବହନ ଅଧିକାରୀ ପ୍ରୀୟବ୍ରତ ମହାନ୍ତି, ଏମ୍‌ଭିଆଇ ଗୌରହରି ହସଁଦା, କନିଷ୍ଠ ଏମ୍‌ଭିଆଇ ପ୍ରଶାନ୍ତ ପାଢୀ, ସହକାରୀ ଅଗ୍ନିଶମ ଅଧିକାରୀ ତେଜ କୁମାର ଏକ୍କା ଯୋଗଦେଇ ବିଭିନ୍ନ ସ୍ଥାନରେ ଘଟୁଥିବା ଦୁର୍ଘଟଣାରୁ କିପରି ରକ୍ଷା ପାଇ ପାରିବେ ସେ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ଚଗଲା ପରିଚ୍ଛା, ଉପ-ସଭାପତି ଲିକୁନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ, ସହ-ସଂପାଦକ ଶଙ୍କର ପଟ୍ଟନାୟକ, ବରିଷ୍ଠ ସଭ୍ୟ ଅକ୍ଷୟ କଣ୍ଟା, ସୁନିଲ ମିଶ୍ର, ଡମ୍ବରୁଧର ଆଚାର୍ଯ୍ୟ, ମାନସ ରଂଜନ ନାୟକ, ଭବାନୀ ଶଙ୍କର ପଟେଲ, ଚନ୍ଦ୍ରମଣି ତ୍ରିପାଠି, ଜ୍ୟୋତିପ୍ରକାଶ କୁମ୍ଭାର, ପାରିଶ ପଟେଲ, ଅରୁଣ ବରେଇ, ଜୟନ୍ତ ଦେଓ, ଶିବ ନାରାୟଣ ଟାଲି, ରୁଦ୍ର ନାରାୟଣ ଶତପଥି ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଚଗଲା ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.