ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବରକାନୀ ଗ୍ରାମରେ ରାଜକିଶୋର ପୁଟେଲଙ୍କ ସୋନାଲି ବାୟୋଡିଗ୍ରେଡେବଲ କ୍ୟାରିବ୍ୟାଗ୍ ଶିଳ୍ପ ଉଦ୍ଘାଟିତ ହୋଇଯାଇଛି । ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିନିୟର ମ୍ୟାନେଜର ବି.ପି. ବେହେରା, ଜିଲ୍ଲା ଶିଳ୍ପ ଅଧିକାରୀ ବିଷ୍ଣୁ ପ୍ରସାଦ ଦାଶ ଯୋଗ ଦେଇଥିଲେ । ଏହି ଉଦ୍ୟମ ଦ୍ୱାରା ଗ୍ରାମୀଣ ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ମିଳିବା ସହିତ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନରେ ଏକ ପଦକ୍ଷେପ ହେବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଜଣାଇଥିଲେ । ପରିବେଶ ସୁରକ୍ଷା ଓ ଉଦ୍ୟମୀତାକୁ ପ୍ରୋତ୍ସାହନ ଦେବା ଏହି ଶିଳ୍ପର ପ୍ରଧାନ ଲକ୍ଷ୍ୟ ବୋଲି ମଧ୍ୟ କହିଥିଲେ ।
Next Post