csstore

କୋସଲ ଯୁବଶକ୍ତି ବଙ୍ଗୋମୁଣ୍ଡାର ସାଙ୍ଗଠନିକ ସଭା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଆଭାସୀ ମାଧ୍ୟମରେ କୋସଲ ଯୁବଶକ୍ତିର ଆବାହକ ତଥା କୋସଲି କବି କେକି ସିଂ ଭୋଇଙ୍କ ସଭାପତିତ୍ୱରେ କୋସଲ ଯୁବଶକ୍ତି ବଙ୍ଗୋମୁଣ୍ଡା ଶାଖାର ସାଙ୍ଗଠନିକ ସଭା ଅନୁଷ୍ଠିତ ହେଇଯାଇଛି । ଏହି ସଭାରେ କୋସଲ ଏବଂ କୋସଲି ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହିତ ଆସନ୍ତା ଜନଗଣନାରେ କୋସଲାଞ୍ଚଲ୍ ମାତୃଭାଷା କୋସଲି ଲେଖିବା ପାଇଁ ସଚେତନଧର୍ମୀ କାର୍ଯ୍ୟକ୍ରମଗୁଡିକ ହାତକୁ ନେବାପାଇଁ ଆଲୋଚନା କରାଯାଇଥିଲା । ଏଥିରେ କୋଶଲ ଯୁବ ଶକ୍ତି ବଙ୍ଗୋମୁଣ୍ଡା ଶାଖାର ସଭାପତି କେଦାର ଭୋଇ, କାର୍ଯ୍ୟକାରୀ ସଭାପତି ଦ୍ରୋପଦ ବାରିକ, ଉପ ସଭାପତି ନୀଳକଣ୍ଠ ବାରିକ, ଉପ ସଭାପତି ପ୍ରକାଶ ରଣା ଉପ ସଭାପତି ରାଜୁ ବାରିକ, ସମ୍ପାଦକ ଅନନ୍ତ ବାଗ କୋଷାଧ୍ୟକ୍ଷ କାହ୍ନା ରଣା, ଜଗଦା ଯାନି, ଆଭାସ ଭୋଇ ପ୍ରମୂଖ ଯୋଗଦେଇ ଥିଲେ । ଶେଷରେ ଅନନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.