ଗୁଡ଼ଭେଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକରେ ରୋଡ ଟୁ ସ୍କୁଲ ପ୍ରୋଗ୍ରାମ ତରଫରୁ ଆୟୋଜିତ “ସମାଲୋଚନାତ୍ମକ ଚିନ୍ତନ ଏବଂ ସୃଜନଶୀଳ ଚିନ୍ତନ” ବିଷୟକ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ଶୁଭ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଶୁଭ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଘୁନା କ୍ଲଷ୍ଟର ସି.ଆର୍.ସି.ସି ଟଙ୍କଧର ସା ଉଦଘାଟନ କରିଥିବା ବେଳେ ରୁଷୁଡ଼ା କ୍ଲଷ୍ଟର ସି.ଆର୍.ସି.ସି କାର୍ତ୍ତିକ ହରପାଲ୍ ଉପସ୍ଥିତ ଥିଲେ । ଗୁଡ଼ଭେଲା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଏଫ୍ ଏଲ୍ ଏନ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ତାଲିମରେ ଯୋଗ ଦେଇଥିଲେ । ତାଲିମରେ ଏଲ୍.ଏଲ୍.ଏଫ୍.ର ଏକାଡେମିକ ଟ୍ରେନର ରାଧାକାନ୍ତ ମେହେର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ତାଲିମ୍ ଶିବିରରେ ଯୋଗଦେଇ ନୂତନ ଶିକ୍ଷାନୀତି ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ 21st century skillsର ଶ୍ରେଣୀ ଗୃହରେ ବ୍ୟବହାର ଉପରେ ବିଭିନ୍ନ କୌଶଳ ବିଷୟରେ ଅବଗତ ହେଲେ । କାର୍ଯ୍ୟକ୍ରମଟିକୁ ବ୍ଲକ୍ ମ୍ୟାନେଜର ତାରପଦ ପ୍ରଧାନ ପରିଚାଳନା କରିଥିଲେ । ତାଲିମ ସଫଳ କରାଇବାରେ ବ୍ଲକ କୋଡିନେଟର ରାଧାକାନ୍ତ ନନ୍ଦ, ନିହାରିକା ପଣ୍ଡା, ଆର୍.ପି. ଅବିନାଶ ସାମଲ, ଜଗଜୀବନ ସାହୁ, ପ୍ରଶାନ୍ତ କୁମାର ମେହେର, ଚନ୍ଦନ କୁମାର ସାହୁ, ଯଶୋବନ୍ତ ରଣା, ପୂର୍ଣ୍ଣିମା ପଧାନ, ଅନିଶା ସାହୁ ଓ ବୈଶାଳୀ ପାଣିଗ୍ରାହୀ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ମହତ୍ତ୍ୱପୂର୍ଣ୍ଣ ସହଯୋଗ କରିଥିଲେ । ରାଧାକାନ୍ତ ମେହେର ତାଙ୍କ ସମାପନୀ ଉଦ୍ବୋଧନରେ କହିଥିଲେ ଯେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିକ୍ଷକମାନେ ନିଜ ବିଦ୍ୟାଳୟରେ ଶିଶୁମାନଙ୍କର ସମାଲୋଚନାତ୍ମକ ଏବଂ ସୃଜନଶୀଳ ଚିନ୍ତନକୁ ଉନ୍ନତ କରି ଶିକ୍ଷା ଗୁଣବତ୍ତାକୁ ବୃଦ୍ଧି କରିପାରିବେ ।