ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ଷ୍ଟିଲ ସିଟି ଓ ଇଣ୍ଟ୍ରାକ୍ଟ କ୍ଲବ୍ ଅଫ୍ ସେକ୍ଟର ୧୬ ଡିଏଭି ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରିଆନ ଡ. ଅଞ୍ଜନା ମୈତ୍ରଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ ରାଜେଶ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ରୋଟାରୀ କ୍ଲବର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଶିବିରରେ ଦନ୍ତ ଚିକିତ୍ସକ ଡ଼ା. ଅନନ୍ଦିତା ଦତ୍ତ, ଡା. ସମର୍ଥ ମିଶ୍ର, ଡା. ଆଦ୍ୟାଶା ମହାନ୍ତି ଯୋଗଦେଇ ସ୍କୁଲର ପ୍ରାୟ ୪୧୬ ଜଣ ଛାତ୍ରଛାତ୍ରୀଙ୍କ ଦନ୍ତ ଚିକିତ୍ସା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ ଷ୍ଟିଲ ସିଟି ତରଫରୁ ସମସ୍ତ ରୋଟାରିଆନ ସୁଚିସ୍ମିତା ବିଶ୍ୱାସ, ସନ୍ଧ୍ୟାରାଣୀ ବରାଳ, ଆଶିଷ ନାୟକ, ସୂରଜ ନାୟକ, ଅଞ୍ଜଳି ଶତପଥୀ, ସନ୍ଧ୍ୟାରାଣୀ ସାହୁ, ରଶ୍ମି ନାୟକ, ନମିତା ଆଚାର୍ଯ୍ୟ, ଇଣ୍ଟ୍ରାକ୍ଟ କ୍ଲବର ସଭାପତି ଅଦିତି ଶୁକ୍ଳା, ସମ୍ପାଦିକା ପ୍ରିତୀ ପ୍ରଜ୍ଞା ପାତ୍ର ଓ ସେମାନଙ୍କର ପ୍ରାୟ ୨୦ ଜଣ ସଭ୍ୟ, ସ୍କୁଲର ଗାଇଡ ଟିଚର ମଣ୍ଟୁ ମିଶ୍ର, ସହାୟିକା ସଂଗୀତା ବଡାଇକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କ୍ଲବର ଉପଦେଷ୍ଟା ଡ. ମୈତ୍ର ୩ ଜଣ ଡାକ୍ତରଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ସମ୍ମାନିତ କରିଥିଲେ ।