ବଲାଙ୍ଗିର, (କେପିଏନ୍ଏସ୍) : ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ସେଲୁଆଁ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲାଦ୍ରୀ ବେଜଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ରୋଶନ କୁମ୍ଭାର ପରିଚାଳନା କରିଥିଲେ । ପାଠାଗାରର ପୁସ୍ତକକୁ ନେଇ ପ୍ରତିଯୋଗିତା ହୋଇଥିଲା । ଝରଣା ରଣା, ଲିଜାରଣା, ନୀପାରଣା ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରି ଖାତା, କଲମ, ମାନପତ୍ର ପୁରସ୍କାର ପାଠାଗାରର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାର ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସସ୍ମିତା ମିଶ୍ର ପୁସ୍ତକ ମନସ୍କ ହେବାପାଇଁ ଦିଗଦର୍ଶନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।