csstore

ରୋଟାରୀ ସେବା ରତ୍ନ ସମ୍ମାନରେ କାମରାଜୁ ମହାରଣା ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଜିଲ୍ଲା ୩୨୬୨ ର ଆୱାର୍ଡ ସେରମୋନିରେ ରୋଟାରୀ କ୍ଲଵ ଇଷ୍ଟର ପୂର୍ଵତନ ସଭାପତି ତଥା ଏକାଧାରରେ ଗଞ୍ଜାମ ଜିଲ୍ଲାର ଓଷ୍ଟାର ବରିଷ୍ଠ ଶିକ୍ଷକ ନେତା, ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ, ଛତ୍ରପୁର ବ୍ଲକର ଅନ୍ୟତମ ସମାଜସେବୀ କାମରାଜୁ ମହାରଣା ରୋଟାରୀ ସେବାରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଯାହାକି ତାଙ୍କୁ ସେବାରତ୍ନ ଉପାଧିରେ ଭୂଷିତ କରାଯାଇଛି । ଜିଲ୍ଲା ଗଭର୍ଣ୍ଣର (୨୦୨୪-୨୦୨୫)ରେ ରୋଟାରୀୟାନ୍ ଯଜ୍ଞାଶିଷ ମହାପାତ୍ରଙ୍କ ପରିଚାଳନାରେ ତାଙ୍କୁ ଏକ ଭବ୍ୟସମ୍ବର୍ଦ୍ଧନା ସ୍ୱରୂପ ସମ୍ମାନ ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ଳବକୁ ଓ ରୋଟାରୀୟାନ ମାନଙ୍କୁ ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ପୂର୍ବରୁ ସେ କ୍ଳବର ସଭାପତି, ସହ ପ୍ରାନ୍ତପାଳ ରୂପେ କର୍ଯ୍ୟକରି ପ୍ରାକ୍ତନ ଜିଲ୍ଲା ପ୍ରାନ୍ତପାଳମାନଙ୍କ ଠାରୁ ମଧ୍ୟ ସମ୍ମାନିତ ହୋଇଛନ୍ତି । ବରିଷ୍ଠ ଶିକ୍ଷକ କାମରାଜୁ ମହାରଣାଙ୍କୁ ଏହି ସମ୍ମାନରେ ଭୂଷିତ ହୋଇଥିବା ନେଇ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚର ବିଭିନ୍ନ ଶିକ୍ଷକ ନେତୃବୃନ୍ଦ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.