ହମିରପୁର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଓ ହନୁମାନ ମନ୍ଦିରରେ କାର୍ତ୍ତିକ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ଓ ହନୁମାନ ମନ୍ଦିର ପରିସରରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଭଜନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିରର ସଭାପତି ଆଇନଜୀବୀ ପ୍ରଭାତ କୁମାର ପରିଡ଼ାଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ନିରଞ୍ଜନ ସାମନ୍ତରାୟ, କୋଷାଧ୍ୟକ୍ଷ ଜ୍ୟୋସ୍ନାରାଣୀ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ଚିନ୍ମୟ ପାଢ଼ୀ ଓ ମାନଗୋବିନ୍ଦ ଶତପଥୀ ଦାୟିତ୍ଵ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ, ସମାଜସେବୀ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ହରେକୃଷ୍ଣ ସାହୁ, ପଦ୍ମାବତୀ ଦଳବେହେରା, ବସନ୍ତ କୁମାର ଦେଓ, ଅଶୋକ କୁମାର ସାହୁ, ଗଙ୍ଗାଧର ଦାଶ, କୈଳାଶ ଚନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.