ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଡ଼ବଜାର ତେନ୍ତୁଳିଘାଟ ଠାରେ ଭଗବତ ପାଠାଗାର ପକ୍ଷରୁ ୬୨ ତମ ବାଳକ ଭୋଜନ ସମାରୋହ ଓ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଏହି ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ ଏବଂ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଭୋର ହୋଇଥିବା ଦେଖାଯାଇଥିଲା । ଏହି ନୌବାଣିଜ୍ୟ ପରମ୍ପରା ସହ ଯୋଡ଼ି ହୋଇଥିବା ଉତ୍ସବକୁ ମା’ ଲଙ୍କେଶ୍ୱରୀ ପୀଠକୁ ପର୍ଯ୍ୟଟନ ସହ ଯୋଡିବାକୁ ଉଦ୍ୟମ ଜାରି ରଖିବାକୁ ପ୍ରତିଶ୍ର୍ରୁତି ଦେଇଥିଲେ । ମଧ୍ୟାହ୍ନରେ ସାମୂହିକ ବାଳକ ଭୋଜନ ସମାରୋହରେ ଯୋଗଦେଇ ଛୋଟ ପିଲାମାନଙ୍କୁ ନିଜେ ମିଠା ବାଣ୍ଟିଥିଲେ । ସମ୍ମାନିତ ଅତିଥି ଭାବେ ସୋନପୁର ଏସ୍ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ଆୟୋଜକ କମିଟି ଉପଦେଷ୍ଟା ପୁରୁଷୋତ୍ତମ ପାଣିଗ୍ରାହୀ, ଯୁବ ସଂଗଠକ ଚକ୍ରାୟୁଧ ନାଏକ ଯୋଗଦେଇ ଆୟୋଜକ, ପ୍ରତିଯୋଗୀ , କଳାକାର ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ନୌକା ଚାଳନା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସର୍ବମୋଟ ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଯାହାକି ଚାରି ରାଉଣ୍ଡରେ ପ୍ରଥମ ସିଲେକ୍ସନରେ ୮ ଟି ଗ୍ରୁପକୁ ଚୟନ କରାଯାଇଥିଲା ଓ ସେଥିରୁ ଫାଇନାଲ ଟିମ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କି ସୋନପୁର ସହରର ଅଭିମନ୍ୟୁ ବେହେରା, ସୁରଜ୍ ତରିଆ ପ୍ରଥମ ବିଜେତା, ବଲାଙ୍ଗିରର ବିକାଶ ଛତ୍ରିଆ, ଆଲୋକ ତରିଆ ଦ୍ଵିତୀୟ ଓ ଶରତ ମହାଲିଙ୍ଗ, ଅନଙ୍ଗ ତରିଆ କେଉଁଟିପାଲି ସୁବର୍ଣ୍ଣପୁର ଜିଲ୍ଲା ତୃତୀୟ ବିଜେତା ଭାବରେ ଉନ୍ନିତ ହୋଇଥିଲେ । ପରେ ସମସ୍ତ ବିଜୟୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚନ୍ଦନ ଟ୍ରିଉଟରିଆଲର କଳାକାର ମାନଙ୍କ ଦ୍ୱାରା ଏକ ଚିତ୍ର୍ତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ କଳାକାରଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକୁ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ । ଭାଗବତ ମନ୍ଦିର ତେନ୍ତୁଳିଘାଟ କମିଟି ସଭାପତି କୁନୁ ବେହେରା, ଉପ ସଭାପତି ମୁନା ବାରିକ୍, କୋଷାଧ୍ୟକ୍ଷ ବୃଷଭ ବୁଡେକ୍, ସମ୍ପାଦକ ପବିତ୍ର ସାହୁ, ବୈଦ୍ୟନାଥ ସାହୁ, ହିମାଂଶୁ ନାଏକ, ଜଗନ୍ନାଥ ସାହୁ, ଚନ୍ଦନ ସେଠୀ, ଜିତେନ୍ଦ୍ର ନାଏକ, ହଳଧର ତରିଆ, ସତ୍ୟବାନ ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆଜିର ଏହି ଉତ୍ସବରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ରେଫେରି ସଞ୍ଜୟ କୁମାର ନୌକା ଚାଳନା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ସନ୍ଧ୍ୟା ବେଳେ ସୁନାମ ଧନ୍ୟ କଳାକାରଙ୍କ କୀର୍ତ୍ତନ ଧାରା କାର୍ଯ୍ୟକ୍ରମକୁ ମଧ୍ୟ ଶହ ଶହ ଦର୍ଶକ ଉପଭୋଗ କରିଥିଲେ ।