୨୦୦ ଫୁଟ ଲମ୍ବର ବୋଇତ ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ଗ୍ରାମବାସୀ

ବାଲେଶ୍ଵର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନ ମୋହନ ଜୀୟୁ କମିଟି ପକ୍ଷରୁ ୨୦୦ଫୁଟ ଲମ୍ବର ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇ ଥିବା ଦେଖିବାକୁ ମିଳିଛି । ସଦସ୍ୟମାନେ ଦୀର୍ଘ ୨୨ବର୍ଷ ଧରି ବଡ଼ ଡଙ୍ଗା ତିଆରି କରି ପାଖ ପୋଖରୀରେ ଭସାଇଥାନ୍ତି । ଗ୍ରାମରେ ଭାଇଚାରା ରକ୍ଷା କରିବା ଓ ଗ୍ରାମର ଶାନ୍ତି ପାଇଁ ମଦନ ମୋହନଙ୍କ ଠାରେ ପୂଜାର୍ଚ୍ଚନା କରି ଭୋର ୫ଟା ବେଳେ ଡଙ୍ଗା ଭସାଇଥିଲେ । ଏହି ଡଙ୍ଗାକୁ ସୁସର୍ଜିତ କରି କୃଷ୍ଣଙ୍କ ରାସଲୀଳା ପ୍ରସ୍ତୁତ କରି ଭକ୍ତଙ୍କ ମନ ଜିଣିଥିଲେ । ଏହି ଉତ୍ସବକୁ ଶ୍ରଦ୍ଧାଳୁମାନେ କିର୍ତ୍ତନ କରି ଘଣ୍ଟ ଓ ଶଙ୍ଖ ବଜାଇ ଧୁମ୍‌ଧାମ୍‌ରେ ପାଳନ କରିବା ସହ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ୨୦୦ଫୁଟ ଲମ୍ବର ଏକ ବିଶାଳ ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇଛନ୍ତି । ଏଭଳି ଗାଁ ଗହଳିରେ ଏତେ ବଡ ଡଙ୍ଗା ଭସାଇ ମଦନ ମୋହନ କମିଟିର ସଦସ୍ୟ ମାନେ ପ୍ରଶଂସା ସାଉଁଣ୍ଟୁଛନ୍ତି ।

Leave A Reply

Your email address will not be published.