ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ବହୁତ ଧୁମ ଧାମ୍ରେ ପାଳନ ହୋଇଯାଇଛି । ଏଥିପାଇଁ ସମସ୍ତ ଗ୍ରାମବାସୀ ସକାଳୁ ଉଠି ଗୋଧୋଇ ପୂଜା କରି ବୋଇତ ଭସାଣି କରିଥିଲେ । ତା’ପରେ ସମସ୍ତ ଗାଁ ର ପ୍ରତି ଘରକୁ ଯାଇ ଢୋଲ କୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଦାୟିତ୍ଵରେ ଥିଲେ ଲାଲକୃଷ୍ଣ ଖର୍ସେଲ, ନରହରି ପୁଞ୍ଜି, ନିରଞ୍ଜନ ବାଗ । ଏଥିରେ ବାବୁଲାଲ ବାଗ, ଗଜିନ ବାଗ, ରାଜଭୁବନ ବାଗ, ଚୁଡ଼ା ମାଝୀ, ରାଜିନ ବାଗ, ହେମନ୍ତ ମାଝୀ ପ୍ରମୁଖ ସାହାଯ୍ୟ କରିଥିଲେ ।