ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ପ୍ରବଳ ଭିଡ଼ । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବଲାଙ୍ଗିର ସହରର ସମସ୍ତ ମନ୍ଦିର ସହ ଶୈଳଶ୍ରୀ ପେଲେସ୍‌ରେ ଭକ୍ତଙ୍କ ପ୍ରବଳ ଭିଡ଼ ସମାଗମ ହୋଇଛି । ଭୋରରୁ ଉଠି ପୋଖରୀ କୂଳରେ ଡଙ୍ଗା ଭସାଇବା ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିବାବେଳେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଲୋକେ ପୋଖରୀ, ନଦୀକୁ ଯାଇ ଡଙ୍ଗା ଭସାଇଛନ୍ତି । ଏହା ସହିତ ଶୁଭିଛି ଆ ..କା…ମା…ବୈ…. ପାନ ଗୁଆ ଥୋଇ…ପାନ ଗୁଆ ତୋର…. ମାସକ ଧର୍ମ ମୋର। ଏହା କହି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଦୁଇଟି ମନ୍ଦିର ରହିଛି, ଆଉ ସେହି ଦୁଇ ମନ୍ଦିର ହିିଁ ପାଣି ଭିତରେ ରହିଛି । ଗୋଟିଏ ମନ୍ଦିରରେ ଭଗବାନ ଶ୍ରୀ ରାମ ପୂଜା ପାଉଥିବା ବେଳେ ଅନ୍ୟ ମନ୍ଦିରରେ ଭଗବାନ ମହାଦେବ ପୂଜା ପାଉଛନ୍ତି । ଲମ୍ବା ଲାଇନ ଲାଗି ଭକ୍ତ ଏହି ଦୁଇ ମନ୍ଦିରରେ ପୂଜା କରୁଛନ୍ତି ।

Leave A Reply

Your email address will not be published.