ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା : ବଲାଙ୍ଗିର ଝିଅ ସୁନୈନାଙ୍କୁ ରୌପ୍ୟ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ୭୨ତମ ଓଡିଶା ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ସୁନୈନା ବେହେରାଙ୍କୁ ରୌପ୍ୟ ପଦକ ମିଳିଛି । ଗତ୨୮ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ସୁନୈନା ବେହେରା ବଲାଙ୍ଗିର ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରିଥିଲେ । ସେ ୮୮କେଜି ବର୍ଗରେ ସୁନ୍ଦର ପ୍ରଦର୍ଶନ କରି ସ୍ନାଚ ଓ କ୍ଲିନ ଜାର୍କରେ ୧୦୯ କେଜି ଭାରୋତ୍ତୋଳନ କରି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ତରଫରୁ ଏହି ପ୍ରତିଯୋଗିତାରେ କେବଳ ୪ଜଣ ଝିଅ ଭାଗ ନେଇଥିଲେ । ଦଳ ସହିତ ଭାରୋତ୍ତୋଳନ କୋଚ ତଥା ଜିଲ୍ଲା ସଂପାଦକ ବିନୟ ପାଣ୍ଡେ ଏବଂ ଜିଲ୍ଲା ସଭାପତି ତଥା ଭରୋତ୍ତୋଳନ ରାଜ୍ୟ ସଂଘ ମାନ୍ୟତା ପ୍ରାପ୍ତ ରେଫରି ସୁଦାମ ବେହେରା ଏହି ବଲାଙ୍ଗିର ଜିଲ୍ଲା ଦଳ ସହ ସାମିଲ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଝିଅ ସୁନୈନା ବର୍ତ୍ତମାନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ଥିତ ଭାରୋତ୍ତୋଳନର ଉତ୍କର୍ଷ ତାଲିମ କେନ୍ଦ୍ରରେ ଅଭ୍ୟାସରତ ଅଛନ୍ତି । ତାଙ୍କର ଏହି ସଫଳତା ବଲାଙ୍ଗିର ଭାରୋତ୍ତୋଳନ କ୍ରୀଡାରେ ନିଶ୍ଚିତ ଭାବରେ ଝିଅମାନଙ୍କର ଭାଗିଦାରୀକୁ ନେଇ ଆଗାମୀ ଦିନରେ ସକରାତ୍ମକ ପ୍ରଭାବ ପଡିବ ବୋଲି ବଲାଙ୍ଗିରର ପ୍ରାକ୍ତନ ଖେଳାଳିମାନେ ଆଶାବ୍ୟକ୍ତ କରିବା ସହ ସୁନୈନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.