ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଆୟୋଜିତ ୩୯ତମ ଧନୁଯାତ୍ରା ମହୋତ୍ସବ ହେବାକୁ ଥିବା ବେଳେ ବଙ୍ଗୋମୁଣ୍ଡାକୁ ମଥୁରାନଗରୀ କରାଯାଇଥିବାବେଳେ ଗୋହିରାପଦରକୁ ଗୋପପୁର କରାଯାଇଛି । ଆଜି ଗୋପପୁର ଗୋହିରାପଦରଠାରେ କୃଷ୍ଣ ରୂପେ ଆଲୋକ ମେହେର ଓ ବଳରାମ ରୂପେ ମୁକେଶ ମେହେରଙ୍କୁ ବରଣ କରାଯାଇଥିଲା । ସେହିପରି ମଥୁରାନଗରୀ ବଙ୍ଗୋମୁଣ୍ଡାର କୃଷ୍ଣ ରୋହନ ମନହୀରା, ବଳରାମ ସିଦ୍ଧାର୍ଥ ପୁଟେଲଙ୍କୁ ବରଣ କରାଯାଇଛି । ଏଥିରେ ଧନୁଯାତ୍ରା ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା, ଉପ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ , ଡ. ନାରାୟଣ ମିଶ୍ର , ନବୀନ ମନହୀରା, ଲୋକସମ୍ପର୍କ ଅଧିକାରୀ ବୈକୁଣ୍ଠ ସା, ଅର୍ଧେନ୍ଦୁ ଦାସ ଯାଦବ, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ବଲାଙ୍ଗିରର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ସାମ୍ବାଦିକ ପୁଷ୍ପକେତୁ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ଆୟୋଜକ ଗୋପପୁର କମିଟିର ସଭାପତି ବିନୋଦ ମେହେର, ଉପସଭାପତି ବସନ୍ତ ମେହେର, ସମ୍ପାଦକ କ୍ଷମାସାଗର ମେହେର, ସହସମ୍ପାଦକ ବାବୁଲାଲ ମେହେର, କୋଷଧ୍ୟକ୍ଷ ଭରତ ମେହେର, ଉପ କୋଷକ୍ଷଧ୍ୟକ୍ଷ ପ୍ରକାଶ ମେହେର, ଉପଦେଷ୍ଟା ହରିବଡୁ ମେହେର, ବୈକୁଣ୍ଠ ହଂସ, ଭୋଳାନାଥ ମେହେର, ରାମ ଭୋଇ, ଭୁବନ ମେହେର, କ୍ଷମାସାଗର ମେହେର, ସଦସ୍ୟ ବିଜୟ ମେହେର, ନୌକା ରାଜ ମେହେର, ଶେଷଦେବ ମେହେର୍, ବବଲୁ ମେହେର, ରୁଦ୍ର ମେହେର, ଛିନୁ ମେହେର, ବିରସିଂ ଭୋଇ, ଚୈତନ ଅଦା, ଝସ କେତନ ପୋଡ଼, ନୀଳମଣି ଭାଟି, ମିନିକେତନ ଭାଟି ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ସାମିଲ ହୋଇଥିଲେ । ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଆୟୋଜନ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।