ବଙ୍ଗୋମୁଣ୍ଡାରେ ସାଇବର ସୁରକ୍ଷା ଅଭିଯାନ ସଚେତନତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଙ୍ଗୋମୁଣ୍ଡା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୃଦୟବାନ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏସ୍‌ଡ଼ିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ସମ୍ମାନିତ ଅତିଥି ସାଇବର ଥାନା ଅଧିକାରୀ ଅଲେଖ ଗର୍ଡ଼ିଆ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ସାଇବର ଠକାମୀ ରୋକିବା ପାଇଁ ସଚେତନତା ଅବଲମ୍ବନ କରିବା ସହ ସାଇବର ଓଡ଼ିଶା ସୁରକ୍ଷା ଗଠନ ପାଇଁ ଲୋକଙ୍କୁ ସଚେତନ କରିଥିଲେ । ସାଇବର ସୁରକ୍ଷା ନେଇ ଶପଥ ପାଠ ମଧ୍ୟ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.