ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କେଶବ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଅହଂ ଭାବର କୁ-ପ୍ରଭାବ ଓ ଏହାର ଦୂରୀକରଣର ସରଳ ସମାଧାନ ସୂତ୍ର ସମାଧାନ ସୂତ୍ର ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ ଯେ, ଅହଙ୍କାର ଶୂନ୍ୟ ହେବା ସହଜ କଥା ନୁହେଁ । ନିଜକୁ ବାଲିଗରଡା ପରି ଧୈର୍ଯ୍ୟଶୀଳ ହେବା ସହିତ ମଣିଷ ଜୀବନର ସାର୍ଥକତା ରକ୍ଷା କରିବା ସହ ପଦଯାତ୍ରାର ସୁପ୍ରଭାବ, ନିଜର ଅନୁଭୂତିରୁ ବର୍ଣ୍ଣନା କରି ଅହଙ୍କାର ଠାରୁ ନିଜକୁ ଦୂରେଇ ରହିବା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ରାଜକିଶୋର ପଣ୍ଡା ଗତ ଅଧିବେଶନର ବିବରଣୀ ପଠନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅଧିବେଶନରେ ସୀତାଂଶୁ ଶେଖର ନାୟକ, ବ୍ରଜ କିଶୋର ପଣ୍ଡା, ପର୍ଶୁରାମ ନାୟକ, ଯୁଧିଷ୍ଠିର ପଣ୍ଡା, ବିଘ୍ନରାଜ ମିଶ୍ର, ନରେନ୍ଦ୍ର କୁମାର ଆଚାର୍ଯ୍ୟ, ବାମା ବଲ୍ଲଭ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।